ଜାଣନ୍ତୁ ପରାଧିନ ଭାରତରେ ପ୍ରଥମ ବଜେଟ କିଏ ଆଗତ କରିଥିଲେ

ସମଗ୍ର ଭାରତ ପାଇଁ ପ୍ରଥମ ବଜେଟ‍୍‌ ଜଣେ ଇଂରେଜ ଆଗତ କରିଥିଲେ। ୧୮ ଫେବୃଆରି ୧୮୬୦ରେ ଜେମ୍ସ ୱିଲସନ ପ୍ରଥମ ବଜେଟ‍୍‌ ଆଗତ କରିଥିଲେ। ଜେମ୍ସ ବ୍ରିଟିଶ ଭାଇସରାୟ କାଉନସିଲର (ଆର୍ଥିକ) ସଦସ୍ୟ ଥିଲେ। ଅପରପକ୍ଷରେ ସ୍ୱାଧିନତା ପୂର୍ବରୁ ଭାରତର ଅନ୍ତରୀଣ ସରକାରଙ୍କ ବଜେଟ‍୍‌ ଲିଆକତ ଅଲ୍ଲୀ ଖାଁ ଆଗତ କରିଥିଲେ। ଏହି ବଜେଟ‍୍‌ ୯ଅକ୍ଟୋବର ୧୯୪୬ରୁ ୧୪ ଅଗଷ୍ଟ ୧୯୪୭ ପର୍ଯ୍ୟନ୍ତ ଥିଲା। କିନ୍ତୁ ସ୍ୱାଧିନ ଭାରତର ପ୍ରଥମ ବଜେଟ‍୍‌ କାମଚଳା ଅର୍ଥମନ୍ତ୍ରୀ ଆର.କେ. ଷଣମୁଖମ ଚେଟ୍ଟୀ ୨୬ ନଭେମ୍ୱର ୧୯୪୭ରେ ସାଢ଼େ ତିନି ମାସ ପାଇଁ କାମଚଳା ବଜେଟ‍୍‌ ଆଗତ କରିଥିଲେ। ଏହି ବଜେଟରେ ୬.୫୨କୋଟି ଟଙ୍କାର ନିଅଣ୍ଟ ଥିଲା। ବଜେଟରେ ମୋଟ ଆୟ ୧୭୨ କୋଟି ୭୭ଲକ୍ଷ ଥିବାବେଳେ ମୋଟ ବ୍ୟୟ ପରିମାଣ ୧୭୮କୋଟି ୭୭ଲକ୍ଷ ଥିଲା। ଏହାପରେ ଅର୍ଥମନ୍ତ୍ରୀ ଆର.କେ. ଷଣମୁଖମ ଚେଟ୍ଟୀ ୧୨୯୪୮-୪୯ ବର୍ଷ ପାଇଁ ୨୬.୮୫ କୋଟି ଟଙ୍କାର ନିଅଣ୍ଟିଆ ବଜେଟ‍୍‌ ଆଗତ କରିଥିଲ। ଏଥିରେ ମୋଟ ଆୟ ୨୩୦କୋଟି ୫୨ଲକ୍ଷ ଥିବାବେଳେ ମୋଟ ବ୍ୟୟ ୨୫୭କୋଟି ୩୭ଲକ୍ଷ ଥିଲା।

Leave a Reply

Your email address will not be published.