୨୦୧୯ର ପ୍ରଥମ ସେଲିବ୍ରିଟି ମ୍ୟାରେଜ୍

୨୦୧୮ରେ ଦୀପବୀର, ପିସି-ନିକ୍ ଓ କପିଲ୍-ଗିନ୍ନିଙ୍କ ବିବାହ ସିନେ ମହଲରେ ଖୁବ୍ ଚର୍ଚ୍ଚାରେ ରହିଥିଲା । ଏବେ ନୂଆବର୍ଷ ପ୍ରାରମ୍ଭରେ ଆଉ ଜଣେ ଷ୍ଟାର୍ କିଡ୍ସ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ବଲିଉଡର ଦକ୍ଷ ଅଭିନେତା ରାଜ୍ ବାବରଙ୍କ ପୁଅ ପ୍ରତୀକ ବାବର୍ ତାଙ୍କ ଗାର୍ଲଫ୍ରେଣ୍ଡ୍ ସାନ୍ୟାଙ୍କ ସହିତ ଆସନ୍ତା ୨୨ ଓ ୨୩ ତାରିଖରେ ଲକ୍ଷ୍ନୌରେ ବିବାହ କରିବେ ବୋଲି ଖବର ମିଳିଛି । ଏହି ବିବାହ ଉତ୍ସବରେ ଉଭୟ ପରିବାର ସହିତ ଅଳ୍ପ କେତେଜଣ ହାତଗଣତି ନିକଟ ସମ୍ପର୍କିୟ ଆମନ୍ତ୍ରିତ ହେବେ ।

ସାନ୍ୟା ସାଗର୍ ଜଣେ ଦକ୍ଷ ରାଇଟର୍, ଏଡିଟର୍ ଓ ଡାରେକ୍ଟର୍ ଭାବେ କାର୍ଯ୍ୟରତ ଥିବାବେଳେ ତାଙ୍କ ପିତା ଜଣେ ବିଏସ୍ପି ଲିଡର୍ । ଦୁଇଦିନ ବିବାହ ରୀତିନୀତି ସମ୍ପର୍ଣ୍ଣ ହେବା ପରେ ପ୍ରତୀକ୍ ଓ ସାନ୍ୟା ବଲିଉଡ୍ ପାଇଁ ଏକ ବିବାହ ଭୋଜିର ଆୟୋଜନ କରିଛନ୍ତି । ୨୦୧୮ ଜାନୁୟାରୀରେ ପ୍ରତୀକ୍ ଓ ସାନ୍ୟାଙ୍କ ନିର୍ବନ୍ଧ ହୋଇଥିଲା । ଏହି ଲଭବାର୍ଡ଼ ଦୁଇବର୍ଷ ଧରି ଡେଟିଙ୍ଗ୍ କରି ଆସୁଛନ୍ତି ।

Leave a Reply

Your email address will not be published.