ମୁହଁ ଖୋଲିବିତ ଲାଲୁ ଅପମାନିତ ହୋଇଯିବେ : ପ୍ରଶାନ୍ତ କିଶୋର

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମହାମେଣ୍ଟକୁ ଫେରିବାର ଆଶା ରଖିଥିବା ନେଇ ଆରଜେଡ଼ି ସୁପ୍ରିମୋ ଲାଲୁ ଯାଦବଙ୍କ ଦୃଢୋକ୍ତି ପରେ ବିହାର ରାଜନୀତି ପୁଣିଥରେ ଚଳଚଞ୍ଚଳ ହୋଇପଡ଼ିଛି। ଲାଲୁ ନିଜର ଆତ୍ମଜୀବନୀ ‘ଗୋପାଳଗଞ୍ଜ ଟୁ ରାୟସେନା: ମାଇଁ ପଲିଟିକାଲ ଜର୍ଣ୍ଣିଂ’ରେ ଉଲ୍ଲେଖ କରିଛନ୍ତି ଯେ ନୀତିଶ ମହାମେଣ୍ଟକୁ ଫେରିବା ପାଇଁ ମୋ ନିକଟକୁ ଅନେକ ଥର ତାଙ୍କର ଭରସା ଯୋଗ୍ୟ ପ୍ରଶାନ୍ତ କିଶୋରଙ୍କୁ ପଠାଇଥିଲେ।

ଲାଲୁଙ୍କ ଏହି ଦୃଢୋକ୍ତି ପରେ ଏବେ ଆଗକୁ ଆସିଛନ୍ତି ପ୍ରଶାନ୍ତ କିଶୋର। ସେ କହିଛନ୍ତି ଯେ, ଏହା ସମ୍ପୂର୍ଣ୍ଣ ମିଛ। ଯଦି ମୁଁ ମୁହଁ ଖୋଲିବି ତେବେ ଲାଲୁ ବଡ଼ ଅପମାନିତ ହୋଇଯିବେ।

ପ୍ରଶାନ୍ତ କିଶୋର ସ୍ୱୀକାର କରିଛନ୍ତି ଯେ, ଜେଡ଼ିୟୁରେ ସାମିଲ ହେବା ପୂର୍ବରୁ ମୁଁ ଅନେକ ଥର ଲାଲୁ ଯାଦବଙ୍କୁ ଭେଟିଥିଲି। ଯଦି ମୁଁ ତାଙ୍କ ସହ ଭେଟିବା ସମୟରେ ଯେଉଁ ପ୍ରସଙ୍ଗରେ ସେ ମତେ କହିଥିଲେ ତାହା ଯଦି ଉଲ୍ଲେଖ କରିବି ତେବେ ଆରଜେଡ଼ି ସୁପ୍ରିମୋ ଅପମାନିତ ହୋଇଯିବେ। ପ୍ରଶାନ୍ତ କିଶୋର ଟ୍ୱିଟ‍୍‌ କରି ନିଜ ସଫେଇରେ କହିଛନ୍ତି ଯେ, ଜଣେ ନେତା ଚର୍ଚ୍ଚାରେ ରହିବା ପାଇଁ ଏଭଳି ହୀନ ମନ୍ତବ୍ୟ ଦେଉଛନ୍ତି। ତାଙ୍କର ଭଲ ଦିନ ଅତିକ୍ରମ ହୋ ଇଯାଇଛି।

ଜେଡ଼ିୟୁରେ ମିଶିବା ପୂର୍ବରୁ ମୁଁ ଅନେକ ଥର ତାଙ୍କୁ ଭେଟିଥିଲି। ଏଥିରେ ଲୁଚେଇବାରେ କିଛି ନାହିଁ। ପୂର୍ବରୁ ଲାଲୁ କହିଥିଲେ ଯେ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମହାମେଣ୍ଟକୁ ଫେରିବାକୁ ଚାହୁଁଥିଲେ। ହେଲେ ମୁଁ ତାଙ୍କୁ ମନା କରିଦେଇଥିଲି। କାରଣ ତାଙ୍କ ଉପରେ ମୋର ଭରସା ସମ୍ପୁର୍ଣ୍ଣ ଭାବେ ତୁଟି ଯାଇଥିଲା। ବିଜେପି ସହ ଯୋଗ ଦେବାର ୬ ମାସ ଭିତରେ ସେ ପୁଣି ଥରେ ମେଣ୍ଟକୁ ଫେରିବାର ଚେଷ୍ଟା କରିଥିଲେ।

ଅଧିକ ଖବର ପାଇଁ କ୍ଲିକ୍‌ କରନ୍ତୁ:

ଭାଇରାଲ ଭିଡିଓ ନେଇ ଅଡ଼ୁଆରେ ପ୍ରଦୀପ ମାଝୀ

କେଉଁ ଅବିବାହିତ ବା ସିଙ୍ଗଲ ନେତାଙ୍କ ହାତରେ ରହିବ କ୍ଷମତା ଚାବିକାଠି?

ସନାଙ୍କ କଥାରେ ବିଜେଡି ପରିଚାଳିତ

Leave a Reply

Your email address will not be published. Required fields are marked *