କଂଗ୍ରେସ ଛାଡ଼ିବେ ପ୍ରକାଶ!
ବିଜେଡି ନୁହଁ ବିଜେପିରେ ମିଶି ପାରନ୍ତି
ସାଲେପୁର କଂଗ୍ରେସର ବିଧାୟକ ପ୍ରକାଶ ବେହେରା ଦଳରୁ ଇସ୍ତଫା ଦେଇ ବିଜେଡି ନୁହଁ ବିଜେପିରେ ମିଶି ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ପ୍ରକାଶ ବେହେରା ଆଗାମୀ ଦିନେ ଦୁଇ ଦିନ ମଧ୍ୟରେ କଂଗ୍ରେସରୁ ଇସ୍ତଫା ଦେଇ ପାରନ୍ତି। ଏ ନେଇ ନିଜ କର୍ମୀଙ୍କ ସହିତ ସେ ଆଲୋଚନା କରୁଛନ୍ତି। ସେ ବିଜେପିରେ ଯୋଗ ଦେଇ ପାରନ୍ତି ବୋଲି କୁହାଯାଉଛି। ନିକଟରେ ନିଜ ନିର୍ବାଚନୀ ମଣ୍ଡଳୀରେ ପ୍ରକାଶ ପଦାଯାତ୍ରା କରିଥିଲେ। ଏହି ପଦଯାତ୍ରା ସମୟରେ ସେ ଦଳୀୟ ପତାକା କି ବ୍ୟାନରର ବ୍ୟବହାର କରିନଥିଲେ। ଫଳରେ ସେ ଦଳ ଛାଡ଼ିବା ନେଇ ଆଲୋଚନା ଜୋର ଧରିଥିଲା।
ପୂର୍ବରୁ ପ୍ରକାଶ ବିଜେଡିକୁ ଯିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ମାତ୍ର ବିଜେଡି ସହିତ ତାଙ୍କର ଯୋଗାଯାଗ ଭଲ ଭାବେ ହୋଇପାରିନଥିଲା। ଫଳରେ ବିଜେଡି ନୁହଁ ସେ ପଦ୍ମ ଧରିବେ ବୋଲି କୁହାଯାଉଛି। କେବଳ ଏତିକି ନୁହେଁ ସାଲେପୁରରୁ ପ୍ରକାଶଙ୍କ ଟିକେଟ୍ କଟିବ ବୋଲି ମଧ୍ୟ କୁହାଯାଉଥିଲା।
ଏବେ କିଛିଦିନ ତଳେ ତାଙ୍କୁ ଯେତେବେଳେ ପ୍ରଶ୍ନ କରାଯାଇଥିଲା ସେ ଆସନ୍ତା ନିର୍ବାଚନରେ କଂଗ୍ରେସରୁ ପ୍ରାର୍ଥୀ ହେବେ କି ନାହିଁ ସେ ସମ୍ପର୍କରେ ପକାଶ କହିଥିଲେ ଯେ ସେ ତାଙ୍କ ନିର୍ବାଚନ ମଣ୍ଡଳୀରେ ଭୋଟର ମାନଙ୍କର ଏକ ସର୍ଭେ ଚଳାଇଛନ୍ତି। ସେ ସର୍ଭେରେ ଯେଉଁ ମତ ଆସିବ ତାକୁ ଭିତ୍ତି କରି ସେହି ଦଳରେ ଯୋଗ ଦେବେ । କିନ୍ତୁ ସେ କଂଗ୍ରେସରେ ରହିବେ ନାହିଁ ତାଙ୍କୁ କାର୍ଯ୍ୟକାରି ମିଳିବାରେ ଲାଗିଥିଲେ । ବିଜେଡିକୁ ସେ ଯିବେ ବୋଲି ଏକ ପ୍ରକାରର ସ୍ଥିର ହୋଇଯାଇଥିଲା । ସାଲେପୁରରୁ ପ୍ରଶାନ୍ତ ବେହେରାଙ୍କ ଟିକଟ କେହି କାଟି ପାରିବେ ନାହିଁ ବୋଲି ମନ୍ତ୍ରୀ ପ୍ରତାପ ଜେନାଙ୍କ ଘୋଷଣା ପରେ ପ୍ରକାଶଙ୍କ ବିଜେଡି ଯିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଥିବା କୁହାଯାଉଛି।
ବିଗତ ଦିନରେ ପ୍ରକାଶ କଂଗ୍ରେସର ଦଳୀୟ କାର୍ଯ୍ୟକ୍ରମଠୁ ଦୂରେଇ ରହିଥିଲେ। ଏହା ସହିତ ରାହୁଲ ଗାନ୍ଧୀଙ୍କ ସମାବେଶରେ ମଧ୍ୟରେ ଯୋଗ ଦେଉନଥିଲେ। ତେବେଠୁ ସେ ଦଳରୁ ଛାଡିବା ନେଇ ଚର୍ଚ୍ଚା ହୋଇଥିଲା। ଜୁନ ୫ରେ କଟକ ଜିଲ୍ଲା କଂଗ୍ରେସ କମିଟି ସଭାପତି ପଦରୁ ଇସ୍ତଫା ଦେଇଥିଲେ । ସେ ୨୦୧୪ରେ କଂଗ୍ରେସ ଟିକେଟରେ ନିର୍ବାଚନ ଲଢି ବିଜୟୀ ହୋଇଥିଲେ।
ଅନ୍ୟ ଖବର ପାଇଁ କ୍ଲିକ୍ କରନ୍ତୁ :