ପ୍ରକାଶ ମିଶ୍ରଙ୍କ ସୂଚନା : ବିଜେପିରୁ କଟକ ଲୋକସଭା ଲଢିବେ

ଅବସରପ୍ରାପ୍ତ ଆଇପିଏସ ତଥା ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର ବିଜେପି ଟିକେଟରେ କଟକ ଲୋକସଭା ଆସନରୁ ପ୍ରାର୍ଥୀ ହେବେ। ଏ ସମ୍ପର୍କରେ ଶ୍ରୀ ମିଶ୍ର ନିଜେ ପ୍ରତିକ୍ରିୟା ଦେଇ କହିଚନ୍ତି ଯେ, କଟକରୁ ଲୋକସଭା ଆସନରୁ ଲଢିବା ପାଇଁ ବିଜେପି ପକ୍ଷରୁ କୁହାଯାଇଛି। ତେବେ ସେ ଦଳରେ କେଉଁଦିନ ଆନୁଷ୍ଠାନିକ ଭାବେ ସାମିଲ ହେବେ ତାହା ଏପର୍ଯ୍ୟନ୍ତ କୁହାଯାଇନାହିଁ। ସେ ଦିନେ-ଦୁଇଦିନ ମଧ୍ୟରେ ବିଜେପିରେ ଆନୁଷ୍ଠାନିକ ଭାବେ ଯୋଗ ଦେବାର ସମ୍ଭାବନା ରହିଛି। ଏଥିପାଇଁ ବିଜେପି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି।

ଶ୍ରୀ ମିଶ୍ରଙ୍କୁ ବିଜେପି କଟକ ଲୋକସଭା ଆସନରୁ ପ୍ରାର୍ଥୀ କରିବ। ସେଥିପାଇଁ କଟକ ଲୋକସଭା ଆସନରୁ ଆଶାୟୀ ଥିବା ଦଳର ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟଙ୍କୁ ରାଜ୍ୟ ଉପସଭାପତି ଭାବେ ଆଜି ପ୍ରତ୍ୟୁଷା ରାଜେଶ୍ୱରୀ ଓ ସୁବାସ ଚୌହାନଙ୍କ ସହ ଅବସ୍ଥାପିତ କରାଯାଇଛି। ପୀତାମ୍ବରଙ୍କୁ ଦଳର ଉପସଭାପତି ଭାବେ ନିଯୁକ୍ତି ଦିଆଯାଇ ଶ୍ରୀ ମିଶ୍ରଙ୍କୁ ଦଳୀୟ ଟିକେଟକୁ ପକ୍କା କରାଯାଇଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *