ବିଜେପିରେ ଯୋଗଦେଲେ ପ୍ରକାଶ ମିଶ୍ର

ଆଜି ରାଜ୍ୟ ବିଜେପି କାର୍ଯ୍ୟାୟଳରେ ପ୍ରକାଶ ମିଶ୍ର ବିଜେପିରେ ଯୋଗ ଦେଇଛନ୍ତି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପ୍ରକାଶ ମିଶ୍ର ବିଜେପିରେ ସାମିଲ ହୋଇଛନ୍ତି। ସେହିପରି ଶନିବାର ବିଜେଡ଼ି ଛାଡ଼ିଥିବା ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ ମଧ୍ୟ ବିଜେପିରେ ଯୋଗଦେଇଛନ୍ତି। ଆୟୋଜିତ ମିଶ୍ରଣ ପୂର୍ବରେ ଜଳେଶ୍ୱରର ପୂର୍ବତନ ବିଧାୟକ ଦେବୀ ପ୍ରସନ୍ନ ଚାନ୍ଦ ବିଜେପିରେ ଯୋଗ ଦେଇଛନ୍ତି।

ବିଜେପିରେ ଯୋଗଦେବା ପରେ ପ୍ରକାଶ ମିଶ୍ର ପ୍ରତିକ୍ରିୟାରେ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ମୁଁ ଅନୁପ୍ରାଣିତ ହୋଇଛି। ଦେଶର ସୁରକ୍ଷା ନେଇ ମୋଦି ଅତ୍ୟନ୍ତ ଚିନ୍ତିତ। ମୋଦି ପ୍ରତ୍ୟକ୍ଷ ଭାବେ ଦେଶର ସୁରକ୍ଷା ଖବର ରଖନ୍ତି। ଓଡ଼ିଶାର ଶାସନ ଏବେ ଅତି ନୀଚସ୍ତରକୁ ଖସିଆସିଛି। ବର୍ତ୍ତମାନ ଓଡ଼ିଶାର ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇ ଯାଉଥିବା ଭଳି ଲାଗୁଛି।

ନିଜର ନିର୍ମଳ ଭାବମୂର୍ତ୍ତି ଓ ସ୍ପଷ୍ଟବାଦୀ ଆଭିମୁଖ୍ୟ ପାଇଁ ପରିଚିତ ଶ୍ରୀ ମିଶ୍ର ରାଜ୍ୟର ପୁଲିସ ଡିଜି ଥିବାବେଳେ ତାଙ୍କୁ ବିଜେଡି ସରକାର ନାନା ଉପାୟରେ ହଇରାଣ କରିଥିଲା। ସିବିଆଇ ନିର୍ଦ୍ଦେଶକ ପଦ ପାଇଁ ତାଙ୍କ ନାଁ ସର୍ବାଗ୍ରେ ଥିବା ବେଳେ ତାଙ୍କ ନାଁରେ ବିଜେଡି ସରକାର ଜାଣିଶୁଣି ମିଥ୍ୟା ଦୁର୍ନୀତି ଅଭିଯୋଗ ଆଣିଥିଲା, ଯାହାକି ପରେ ହାଇକୋର୍ଟରେ ଖାରଜ ହୋଇଥିଲା। କୋର୍ଟ ଏଥିପାଇଁ ସରକାର ଓ ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ନାମରେ କଡ଼ା ଟିପ୍ପଣୀ ଦେଇଥିଲେ।

Leave a Reply

Your email address will not be published.