ଆଉ ଖେଳିବେନି ପ୍ରଜ୍ଞାନ

ଭୁବନେଶ୍ୱର(ଓଟି): ଭାରତୀୟ ବାମହାତୀ ସ୍ପିନର ପ୍ରଜ୍ଞାନ ଓଝା। ସେ ଆଉ ଖେଳିବେନି। ଖେଳର ଉନ୍ନତି ପାଇଁ ସର୍ବଦା କାର୍ଯ୍ୟ କରିବେ। ଅର୍ଥାତ୍ ସେ ଅନ୍ତର୍ଜାତୀୟ ଓ ପ୍ରଥମଶ୍ରେଣୀ କ୍ରିକେଟରୁ ସ୍ଵେଚ୍ଛାକୃତ ଅବସର ନେଇଛନ୍ତି। ଏ ସମ୍ପର୍କରେ ସେ ଟ୍ଵିଟ କରିଛନ୍ତି ଏବଂ ଏନେଇ ବିସିସିଆଇ, ହାଇଦ୍ରାବାଦ କ୍ରିକେଟ ଆସୋସିଏସନ, ବେଙ୍ଗଲ କ୍ରିକେଟ୍‌ ଆସୋସିଏସନ, ସହକର୍ମୀ ଓ କ୍ରିକେଟ ପ୍ରେମୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

ସୂଚନାଯୋଗ୍ୟ ଯେ ୨୦୦୮ ଜୁନ ୨୮ରେ ବାଂଲାଦେଶ ବିପକ୍ଷରେ ଏକଦିବସୀୟ କ୍ୟାରିୟର ଆରମ୍ଭ କରିଥିଲେ ପ୍ରଜ୍ଞାନ। ସେ ମୋଟ ୧୮ଟି ଏକଦିବସୀୟ ମ୍ୟାଚ ଖେଳିଥିବାବେଳେ ୨୧ଟି ଓ୍ଵିକେଟ ନେଇଛନ୍ତି। ସେହିପରି ୨୦୦୯ ନଭେମ୍ବର ୨୪ରେ ଶ୍ରୀଲଙ୍କା ବିପକ୍ଷରେ ସେ ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ। ଯେଉଁ ତାରିଖରୁ ଆରମ୍ଭ କରିଥିଲେ ସେତିକି ମ୍ୟାଚ୍‌ରେ ସଂଯୋଗବଶତଃ ରହିଥିଲେ ପ୍ରଜ୍ଞାନ। ଅର୍ଥାତ୍‌ ୨୪ଟି ଟେଷ୍ଟ ଖେଳି ୧୧୩ଟି ଓ୍ଵିକେଟ ନେଇଥିଲେ। ତେବେ ଆଇପିଏଲରେ ପ୍ରଥମେ ଡେକାନ ଚାର୍ଜର୍ସ ଓ ପରେ ମୁମ୍ବଇ ଇଣ୍ଡିଆନ ପାଇଁ ଖେଳିଥିଲେ। ପ୍ରଥମ ଶ୍ରେଣୀ କ୍ରିକେଟରେ ସେ ହାଇଦ୍ରାବାଦ ପାଇଁ ଖେଳୁଥିଲେ।

ପ୍ରଜ୍ଞାନଙ୍କୁ ବିଭିନ୍ନ ମହଲରୁ ଶୁଭକାମନା ଜ୍ଞାପନ କରାଯାଇଛି।

Leave a Reply

Your email address will not be published. Required fields are marked *