ପ୍ରଦୀପ ଅମାତ ପଛରେ
ଓଡ଼ିଶାରେ ମୋଟ ୧୪୬ଟି ବିଧାନସଭା ଆସନ ପାଇଁ ମତଦାନ ହୋଇଥିବା ବେଳେ ୨୩ଟିର ଗଣତିର ଫଳାଫଳ ଆସୁଛି। ଏଥିରୁ ୧୭ଟିରେ ବିଜେଡି ଆଗରେ ରହିଥିବା ବେଳେ ୫ଟିରେ ବିଜେପି ଆଗରେ ରହିଛି। ସେହିପରି କଂଗ୍ରେସ ଗୋଟିଏ ଆସନରେ ଆଗରେ ଚାଲିଛି।
ବିଜେଡି ପ୍ରାର୍ଥୀ ପ୍ରଦୀପ ଅମାତ ବୌଦ୍ଧ ବିଧାନସଭା ଆସନରେ ପଛରେ ଚାଲିଥିବା ବେଳେ ବିଜେପି ପ୍ରାର୍ଥୀ ସୁଶାନ୍ତ ପ୍ରଧାନ ଆଗରେ ରହିଛନ୍ତି। ନବରଙ୍ଗପୁର ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ସଦାନନ୍ଦ ପ୍ରଧାନୀ ଆଗୁଆ ରହିଥିବା ବେଳେ ବୀରମହାରାଜପୁର ଆସନରେ ବିଜେପି ପ୍ରାର୍ଥୀ ରଘୁନାଥ ଜଗଦଳା ଆଗୁଆ ରହିଛନ୍ତି। ଝାରସୁଗୁଡ଼ା ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ନବ ଦାସ ଆଗରେ ରହିଛନ୍ତି।