ଜେଲ୍ ଗଲେ ପ୍ରଦୀପ ମହାରଥୀ
ବିଧାୟକ ତଥା ନିର୍ବାଚନ କମିଶନଙ୍କ ସ୍ଵତନ୍ତ୍ର ସ୍କ୍ଵାଡ୍ର କାର୍ଯ୍ୟରେ ବାଧା ଆଣିଥିବା ବିଜେଡିର ପିପିଲି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କୁ ଜାମିନ ଆବେଦନ ଖାରଜ ହୋଇଛି। ତାଙ୍କୁ ପୁରୀ ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ ମାଜିଷ୍ଟ୍ରେଟ୍ ଝାରପଡ଼ା ଜେଲ୍ ପଠାଇଛନ୍ତି। ସେହିଠାରେ ତାଙ୍କ ଚିକିତ୍ସା କରାଇବା ଏବଂ ଆବଶ୍ୟକ ପଡ଼ିଲେ ସନିକଟସ୍ଥ ହସ୍ପିଟାଲ୍ଙ୍କୁ ନେବା ପାଇଁ ମଧ୍ୟ ନିର୍ଦେଶ ଦିଆଯାଇଛି।
ମହାରଥର ଗତକାଲି ସନ୍ଧ୍ୟାରେ ତାଙ୍କ ପିପିଲି ସ୍ଥିତ ବାସଭବନରେ ନିର୍ବାଚନ କମିଶନଙ୍କ କ୍ଷମତା ପ୍ରାପ୍ତ ସ୍ପତନ୍ତ୍ର ସ୍କ୍ଵାଡ୍କୁ ଧମକାଇବା ସହ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଚଇ। ଏହି ସ୍କ୍ଵାଡରେ ଥିବା ମ୍ୟାଜିଷ୍ଟ୍ରେଟ୍ ଗୁରୁତର ଆହତ ହୋଇ ଭୁବନେଶ୍ଵରରେ ଚିକିତ୍ସାଧୀନ ହେଉଛନ୍ତି। ଏହାଙ୍କ ସହ ମାଜିଷ୍ଟ୍ରେଟଙ୍କର ଡ୍ରାଇଭର ଏବଂ ତାଙ୍କୁ ସୁରକ୍ଷା ଦେବା ପାଇଁ ସାଙ୍ଗରେ ଆସିଥିବା ସବ୍ଇନ୍ସପେକ୍ଟର ମଧ୍ୟ ଆହତ ହୋଇଛନ୍ତି।