ମନ୍ତ୍ରୀପଦରୁ ପ୍ରଦୀପ ମହାରଥୀଙ୍କ ଇସ୍ତଫା
ଭୁବନେଶ୍ଵର, (ଓଟି): ଓଡ଼ିଶା ସରକାରଙ୍କ ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି ପ୍ରଦୀପ ମହାରଥୀ। ପିପିଲି ଗଣଦୁଷ୍କର୍ମ ଘଟଣାକୁ କେନ୍ଦ୍ରକରି ତାଙ୍କ ବୟାନ ଓ ବିରୋଧୀ ଦଳଙ୍କ ଚାପ ହେତୁ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଛି। ସମ୍ପୃକ୍ତ ଘଟଣାରେ ଦୋଷୀକୁ ଆଶ୍ରୟ ଦେଉଛନ୍ତି ବୋଲି ଅଭିଯୋଗ ଆସିବା ପରେ ସେ ୨୦୧୨ ଜାନୁୟାରୀ ୧୯ ତାରିଖରେ ଇସ୍ତଫା ଦେଇଥିଲେ। ଏବେ ଅତିିରିକ୍ତ ଜିଲ୍ଲା ଦୌରାଜଜ୍ଙ୍କ ରାୟ ପରେ ଅଭିଯୁକ୍ତ ଓ ପୀଡ଼ିତାଙ୍କୁ ଉପଯୁକ୍ତ ନ୍ୟାୟ ମିଳିଛି ବୋଲି କହି ସେ ବିବାଦକୁ ଟାଣି ଆଣିଥିଲେ।
ଶ୍ରୀ ମହାରଥୀ ୨୦୧୧ ମସିହାରେ ପ୍ରଥମଥର ପାଇଁ ମନ୍ତ୍ରୀ ହୋଇଥିଲେ। ଇସ୍ତଫା ଦେବା ପୂର୍ବରୁ ସେ ପଞ୍ଚାୟତିରାଜ ଏବଂ ପିଇବା ପାଣି ବିଭାଗ ଏବଂ କୃଷି ଓ କୃଶଷକ ସଶକ୍ତିକରଣ ବିଭାଗ ଦାୟିତ୍ଵରେ କ୍ୟାବିନେଟ୍ ମନ୍ତ୍ରୀ ଥିଲେ।
ଡିସେମ୍ବର ୨୫ ତାରିଖରୁ ତାଙ୍କ ପ୍ରତିଛବି ଉପରେ ଆଞ୍ଚ ଆସିଥିଲା। ଆସାମୀ ଖଲାସ ହେବା ପରେ ପୀଡ଼ିତାଙ୍କୁ ନ୍ୟାୟ ମିଳିଛି ବୋଲି ମନ୍ତ୍ରୀ ମହାରଥୀ ବୟାନ ଦେଇଥିଲେ। ଯାହାକୁ କେନ୍ଦ୍ରକରି ସାରା ରାଜ୍ୟରେ ଆନ୍ଦୋଳନ େଦେଖାଦେଇଥିଲା। ବିଜେପି ମହିଳା ମୋର୍ଚା ପକ୍ଷରୁ ନବୀନ ନିବାସ ଘେରାଉ କରାଯାଇଥିଲା। ମନ୍ତ୍ରୀଙକ୍ ଭୁବନଶ୍ଵେର ବାସଭବନ ଉପରକୁ ଟମାଟୋ ମାଡ଼ ହୋଇଥିଲା।