ସକାଳ୯ରୁ ଅପରାହ୍ଣ୨ଟା ଯାଏ ପାୱାର କଟ୍
ଭୁବନେଶ୍ଵର, (ଓଟି): ଆଜି ସକାଳ ୯ଟାରୁ ବିଜୁଳି ସରବରାହ ବିଚ୍ଛିନ୍ନ ହେବ। ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଏହି ପାୱାର୍ କଟ ରହିବ ବୋଲି ସେସୁ ପକ୍ଷରୁ କୁହାଯାଇଛି। ଭୁବନେଶ୍ଵରର କିଛି ଅଞ୍ଚଳ ସମେତ ପୁରୀ, ପୁରୀ, କେନ୍ଦ୍ରପଡ଼ା, ଅନୁଗୁଳ, କଟକ, କେନ୍ଦ୍ରପଡ଼ାର ଅନେକ ଅଞ୍ଚଳ ଏଥିରେ ପ୍ରଭାବିତ ହେବା ଆଶଙ୍କା ରହିଛି।
ଏକ ବିଜ୍ଞପ୍ତି ଦ୍ଵାରା କୁହାଯାଇଛି ଯେ, ସୋମବାର ଭୁବନେଶ୍ବରର କଟକ ରୋଡ୍, ହାଇଟେକ୍, ପାଣ୍ଡରା, କେସୁରା ଓ କୋରଡ଼କଣ୍ଟା ଅଞ୍ଚଳରେ ସକାଳ ୯ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ରହିବ। ସେହିଭଳି କଟକ ସହରାଞ୍ଚଳରେ କାଜିବଜାରରେ ସକାଳ ୧୦ଟାରୁ ଦିନ ଗୋଟାଏ, ବିଡ଼ାନାସିରେ ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା, ସଦର ଅଞ୍ଚଳର କୁଶୁପାଙ୍ଗି, ନୂଆପାଟଣାରେ ସକାଳ ୯ଟାରୁ ଅପରାହ୍ଣ ୨ଟା, ଚାରିନଗଳ, ପାଟରାଜପୁରରେ ପୂର୍ବାହ୍ନ ୧୦ଟାରୁ ଅପରାହ୍ଣ ୩ଟା, ମାହାଙ୍ଗାରେ ସକାଳ ୭ଟାରୁ ଦିନ ୧୧ଟା, ଗତିରାଉତପାଟଣା ଓ ବିରିବାଟିରେ ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ଲାଇନ କଟିବ। ପୁରୀରେ ପ୍ରାଚୀ ବିହାର, କଣ୍ଟାପଡ଼ାରେ ଅପରାହ୍ନ ୩ଟାରୁ ୫ଟା, ସୁବର୍ଣ୍ଣପୁର ଓ ଗଣେଶ୍ବରପୁର ସକାଳ ୯ଟାରୁ ୧୧ଟା ବିଦ୍ୟୁତ ସରବରାହ ବନ୍ଦ ରହିବ। ଅନୁଗୁଳ ସହରାଞ୍ଚଳର ଚାଇଁପାଳ ୱାର୍ଡ ନମ୍ବର ୧୮, ୧୯ ଓ ବନ୍ତଳା ଓ ସଦର ଅଞ୍ଚଳ ଘଣ୍ଟପଡ଼ା ଓ ଆନନ୍ଦବଜାରରେ ସକାଳ ସାଢ଼େ ୯ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ପ୍ରଭାବିତ ହେବ। ଢେଙ୍କାନାଳରେ ପିଏଚ୍ଡି, ରାସୋଳ, କଳିଙ୍ଗ, କପିଳାସ, ଅଙ୍କୁର୍ଦାରେ ସକାଳ ୯ଟାରୁ ମଧ୍ୟାହ୍ନ ୧ଟା ଏବଂ କେନ୍ଦ୍ରପଡ଼ାର କୋରୁଅ ଓ ରାମଚନ୍ଦ୍ରପୁରରେ ୯ଟାରୁ ୨ଟା ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ବନ୍ଦ ରହିବ।