୧୯ ଘଣ୍ଟା ବିତିଲା, ୧୩ ଯବାନଙ୍କ ପତ୍ତା ମିଳୁନି

ଜଗଦଲପୁର (ଓଟି): ଶନିବାର ଖୁବ୍‌ ଲଢ଼ିଲେ। ନକ୍ସଲଙ୍କ ସହ ଲଢ଼େଇ କରିବା ପରେ ପରିସ୍ଥିତି କିନ୍ତୁ ବଦଳି ଯାଇଛି। ୧୪ ଜଣ ଯବାନ ଆହତ ହୋଇଥିବାବେଳେ ୧୩ ଜଣ ଯବାନ ନିଖୋଜ ହୋଇଯାଇଛନ୍ତି। ଏପରିକି ୧୯ ଘଣ୍ଟା ପରେ ମଧ୍ୟ ସେମାନଙ୍କ ସମ୍ପର୍କରେ କୌଣସି ଖବର ମିଳିପାରିନି। ସର୍ଚ୍ଚ ଅପରେସନ୍‌ ଜାରି ରହିଥିବା ସୂଚନା ମିଳିଛି।

ସୂଚନା ଅନୁସାରେ ଛତିଶଗଡ଼-ସୁକମା ଚିନ୍ତାଗୁଫାରେ ଯବାନ- ମାଓବାଦୀଙ୍କ ମଧ୍ୟରେ ଗୁଳିୁବନିମୟ ହୋଇଥିଲା। ଏଥିରେ ୧୪ଜଣ ଯବାନ ଆହତ ହୋଇଥିଲେ। ଏଥିସହ ୧୩ ଯବାନ ନିଖୋଜ ହୋଇଥିବା ସୂଚନା ରହିଛି। ଗୁଳିବିନିମୟ ଫଳରେ ଆହତ ହୋଇଥିବା ଯବାନମାନଙ୍କୁ ରାୟପୁର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ନିଖୋଜ ଯବାନଙ୍କୁ ଖୋଜିବା ପ୍ରକ୍ରିୟା ଜାରି ରହିଥିବା  ଛତିଶଗଡ଼ ଡିଜିପି ଡିଏମ୍‌ ଆୱସ୍ତି ସୂଚନା ଦେଇଛନ୍ତି।

ଶନିବାର ସେଠାରେ ନକ୍ସଲ ଗତିବିଧି ନେଇ କମ୍ବିଂ ଅପରେସନ ଆରମ୍ଭ ହୋଇଥିଲା। ଡିଆଇଜି ଓ କୋବ୍ରା ଯବାନଙ୍କ ପକ୍ଷରୁ ଏହି ଅପରେସନ ହୋଇଥିଲା।

Leave a Reply

Your email address will not be published.