ଲକ୍‍ଡାଉନ୍‌ରେ ବଢ଼ୁଛି ଶିଶୁ ପଣ୍ଣ ସାଇଟ ଚାହିଦା, ଆଇସିପିଏଫ୍‌ କହିଲା ଭୁବନେଶ୍ଵରରେ ଶିଶୁ ଅସୁରକ୍ଷିତ

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): କରୋନା ରୋଗକୁ ନିୟନ୍ତ୍ରଣ କରିବା ତଥା ସଂକ୍ରମଣ ଶୃଙ୍ଖଳ ଭାଙ୍ଗିବାକୁ ସରକାର ଲକ୍‌ଡାଉନ୍‌କୁ କଡ଼ାକଡ଼ି ପାଳନ କରୁଛନ୍ତି କିନ୍ତୁ ଏହାର ପାଶ୍ଵର୍ର୍ ପ୍ରତିକ୍ରିୟା ସ୍ଵରୂପ ଲୋକଙ୍କ ପଣ୍ଣ (ନଗ୍ନ ଭିଡିଓ) ଦେଖିବା ଆଗ୍ରହ ବଢ଼ିବାରେ ଲାଗିଛି। ପୁଣି ସେତିକି ନୁହେଁ ଓ୍ବେବ୍‌ସାଇଟ୍‌ ମାଧ୍ୟମରେ ଏହିପ୍ରକାର ଭିଜିଟର ଶିଶୁମାନଙ୍କୁ ନେଇ ପ୍ରସ୍ତୁତ ପଣ୍ଣ ଭିଡିଓ ଦେଖିବାକୁ ଅଧିକ ସର୍ଚ କରୁଛନ୍ତି ବୋଲି ଜଣାପଡ଼ିଛି। ଏହି କାରଣରୁ କୋଭିଡ୍‌-୧୯ ତାଲାବନ୍ଦୀ ସମୟରେ ଶିଶୁଙ୍କ ପ୍ରତି ଅଧିକ ବିପଦ ରହୁଛି ବୋଲି ଭରତୀୟ ଶିଶୁ ସୁରକ୍ଷା ପାଣ୍ଠି (ଆଇସିପିଏଫ) ପକ୍ଷରୁ କୁହାଯାଇଛି । ତାଲାବନ୍ଦୀ ହେବା ପରଠାରୁ ଅନ୍‌ଲାଇନ ଡାଟା ମନିଟରିଂ ୱେବସାଇଟରେ ‘ଶିଶୁ ଅଶ୍ଲୀଳତା’, ‘କାମୁକୀ ଶିଶୁ’, ‘ନାବାଳକ ଯୌନ ଭିଡ଼ିଓ’ ଆଦିର ସର୍ଚ୍ଚ ଚାହିଦା ବୃଦ୍ଧି ପାଇଥିବା ଆଇସିପିଏଫ ରିପୋର୍ଟରେ କୁହାଯାଇଛି ।

ବିଶ୍ୱର ସର୍ବବୃହତ ଅଶ୍ଲୀଳ ୱେବସାଇଟ ପର୍ଣ୍ଣହବ୍ ଡାଟା ଅନୁଯାୟୀ ୨୦୨୦ ମାର୍ଚ୍ଚ ୨୪ରୁ ୨୬ ତାରିଖ ମଧ୍ୟରେ ପ୍ରାକ୍ କରୋନା ସମୟ ତୁଳନାରେ ଭାରତରୁ ଟ୍ରାଫିକ ୯୫% ବୃଦ୍ଧି ପାଇଛି । ଶିଶୁ କାମୁକୀ, ଶିଶୁ ଧର୍ଷଣକାରୀ ଓ ଶିଶୁ ଅଶ୍ଲିଳତା ପ୍ରତି ଆକର୍ଷିତ ବହୁ ବ୍ୟକ୍ତି ତାଲାବନ୍ଦୀ ସମୟରେ ଅନ୍‌ଲାଇନକୁ ଆପଣେଇଛନ୍ତି । ଏହାଫଳରେ ଶିଶୁମାନଙ୍କ ପାଇଁ ଇଣ୍ଟରନେଟ ଅସୁରକ୍ଷିତ ହୋଇପଡ଼ିଛି । ଏହା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଶିଶୁଙ୍କ ବିରୋଧରେ ଯୌନ ଅପରାଧ ବ୍ୟାପକ ଭାବେ ବୃଦ୍ଧି ବୋଲି ଆଇସିପିଏଫ ପକ୍ଷରୁ ସତର୍କ କରାଇ ଦିଆଯାଇଛି । ଏହା ସୁପ୍ରିମକୋର୍ଟ ନିର୍ଦ୍ଦେଶାବଳୀ ଓ ଜାତୀୟ ନୀତିର ଗୁରୁତର ଉଲ୍ଲଂଘନ ।

ନିଜ ୱେବସାଇଟ ୟୁଆରଏଲ ପରିବର୍ତ୍ତନ କରି ଅଶ୍ଲୀଳ ୱେବସାଇଟଗୁଡ଼ିକ ଭାରତୀୟ ଆଇନ ଓ ବିଚାରବିଭାଗ ସହ ଲୁଚକାଳି ଖେଳ ଖେଳୁଛନ୍ତି । ସରକାର ଏଦିଗରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ସହ ଏସଂପର୍କରେ ଆଲୋଚନା ପାଇଁ ଆନ୍ତର୍ଜାତିକ ସମ୍ମିଳନୀ ନିମନ୍ତେ ଆଇସିପିଏଫ ମୁଖପାତ୍ର ନିବେଦିତା ଆହୁଜା ପ୍ରସ୍ତାବ ଦେଇଛନ୍ତି । ଏଥିପାଇଁ ଇଣ୍ଟରନେଟ ଯୋଗାଣକାରୀ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ରାଜ୍ୟସଭା କମିଟି ମଧ୍ୟ ମତଦେଇଛି । କମିଟିର ଏହି ସୁପାରିଶ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ସେ ଦାବି କରିଛନ୍ତି । ଆଇସିପିଏଫ ପକ୍ଷରୁ ‘ ଭାରତରେ ଶିଶୁ ଯୌନ ଶୋଷଣ ଉପାଦାନ’ ଶୀର୍ଷକ ରିପୋର୍ଟ ପ୍ରକାଶିତ କରାଯାଇଛି ।

Leave a Reply

Your email address will not be published. Required fields are marked *