୭ ପର୍ଯ୍ୟାୟରେ ନିର୍ବାଚନ, ୧୧ ଏପ୍ରିଲ୍‌ରୁ ଆରମ୍ଭ, ୧୯ ମେ’ରେ ଶେଷ, ୨୩ରେ ଗଣତି

ଲୋକସଭା ନିର୍ବାଚନ ୨୦୧୯ ପାଇଁ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର । ୧୧ଏପ୍ରିଲ୍‌ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ। ଏହି ପର୍ଯ୍ୟାୟରେ ୯୧ଟି ନିର୍ବଚନ ମଣ୍ଡଳୀ ପାଇଁ ନିର୍ବାଚନ ହେବ। ୨୦ଟି ରାଜ୍ୟର ନିର୍ବାଚନ ଏହି ତାରିଖରେ ଅନୁଷ୍ଠିତ ହେବ।

୯୭ଟି ନିର୍ବାଚନ ମଣ୍ଡଳୀ ପାଇଁ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ୧୮ ଏପ୍ରିଲ୍‌ରେ ହେବ। ଏଥିରେ ୧୩ଟି ରାଜ୍ୟର ନିର୍ବାଚନ ହେବ। ୨୩ ଏପ୍ରିଲ୍‌ରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ଏଥିରେ ୧୪ଟି ରାଜ୍ୟର ୧୧୫ ନିର୍ବାଚନ ମଣ୍ଡଳୀ ପାଇଁ ନିର୍ବାଚନ ହେବ।

୨୯ ଏପ୍ରିଲ୍‌ରେ ୯ଟି ରାଜ୍ୟର ୭୧ଟି ନିର୍ବାଚନ ମଣ୍ଡଳୀ ପାଇଁ ନିର୍ବାଚନ ଅନୁଷ୍ଠିତ ହେବାୁ ଥିବାବେଳେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ୬ ମେରେ ଅନୁଷ୍ଠିତ ହେବ। ଷଷ୍ଠ ପର୍ଯ୍ୟାୟ ନିର୍ବାଚନ । ୧୨ ମେରେ ହେବ। ୭ଟି ରାଜ୍ୟର ୫୯ଟି ନିବାଚନ ମଣ୍ଡଳୀ ଏଥିରେ ଅନ୍ତର୍ଭୁକ୍ତ ହେବ।

ଶେଷ ପର୍ଯ୍ୟାୟ ନିର୍ବାଚନ ୧୯ ମେରେ ହେବ। ୫୯ଟି ନିର୍ବାଚନ ମଣ୍ଡଳୀ ପାଇଁ ଏହି ନିର୍ବାୁଚନ ହେବ। ୮ଟି ରାଜ୍ୟରେ ଏହି ନିର୍ବାଚନ ହେବ।

୨୩ ମେରେ ଗଣତି ହେବ।

ଆଜିଠୁ ଲାଗୁ ହେଲା ଆଚରଣ ବିଧି, ପ୍ରଚାର ଉପରେ କଟକଣା

Leave a Reply

Your email address will not be published.