ରାଜନୈତିକ ହିଂସାରେ ଓଡ଼ିଶାର ୬୪୩ଜଣଙ୍କର ମୃତ୍ୟୁ

ୟୁପି-ବିହାର-ପଶ୍ଚିମବଙ୍ଗଠାରୁ ରାଜନୈତିକ ହତ୍ୟାରେ ଓଡ଼ିଶା ଆଗୁଆ

ରାଜ୍ୟରେ ଆଞ୍ଚଳିକ ଦଳର ପ୍ରଭାବ ବଢ଼ିବା ସହିତ ରାଜନୈତିକ ହତ୍ୟାକାଣ୍ଡ ତାଳ ଦେଇ ବଢ଼ିଚାଲିଛି। ରାଜନୈତିକ ହିଂସା ଯୋଗୁଁ ୧୯୮୯ରୁ ୨୦୧୫ ମଧ୍ୟରେ ଓଡ଼ିଶାରେ ୨୬୪ଟି ରାଜନୈତିକ ହିଂସାକାଣ୍ଡ ଘଟି ୬୪୩ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ଏପରିକି ଅପରାଧୁ ପ୍ରବଣ ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗଭଳି ରାଜ୍ୟଠାରୁ ଓଡ଼ିଶାର ରାଜନୈତିକ ହିଂସାକାଣ୍ଡ ତଦଜନିତ ହତ୍ୟାକାଣ୍ଡ ସଂଖ୍ୟା ବୃଦ୍ଧି ପାଇଛି। ଆଞ୍ଚଳିକ ଦଳମାନଙ୍କର ପ୍ରଭାବ ବୃଦ୍ଧି ଯୋଗୁଁ ଦେଶରେ ରାଜନୈତିକ ହିଂସା ଓ ହତ୍ୟାକାଣ୍ଡ ବୃଦ୍ଧି ପାଉଛି ବୋଲି କାନାଡ଼ା ଓ ନେଦରଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟର ଦୁଇ ଜଣ ପ୍ରଫେସର ସର୍ଭେ ମାଧ୍ୟମରେ ଏହି ତଥ୍ୟ ପ୍ରକାଶ କରିଛନ୍ତି।

ଏହି ସର୍ଭେ ଅନୁସାରେ ଆଞ୍ଚଳିକ ଦଳର ପ୍ରାର୍ଥୀମାନେ ନିର୍ବାଚନରେ ଅଂଶଗ୍ରହଣ କରିବା ମାତ୍ରେ ସେମାନଙ୍କ ନିର୍ବାଚନ ମଣ୍ଡଳୀରେ ୭.୨ ପ୍ରତିଶତ ନିର୍ବାଚନୀ ହିଂସା ବୃଦ୍ଧି ପାଇଥାଏ। ଏପରିକି ହିଂସାତ୍ମକ କାର୍ଯ୍ୟକଳାପ ୯.୯ ପ୍ରତିଶତ ବୃଦ୍ଧି ପାଇଁ ହତ୍ୟା ମାମଲା ୧୩.୪ ପ୍ରତିଶତ ବୃଦ୍ଧି ପାଇଛି ବୋଲି ସର୍ଭେ ରିପୋର୍ଟରେ ଦର୍ଶାଯାଇଛି। ଭାରତରେ ୭୪ଟି ପ୍ରଭାବଶାଳୀ ଆଞ୍ଚଳିକ ଦଳ ନିର୍ବାଚନରେ ଅଂଶ ଗ୍ରହଣ କରି ସଫଳତା ପାଉଛନ୍ତି।

ଏହି ସର୍ଭେ ଅନୁସାରେ ୧୯୮୯ରୁ ୨୦୧୫ ମଧ୍ୟରେ ଜମ୍ମୁ-କାଶ୍ମୀରରେ ୬୦୧୮ ରାଜନୈତିକ ହିଂସାରେ ୧୫,୩୫୧ଜଣ ଲୋକ ମୃତ୍ୟୁବରଣ କରିଥିବାବେଳେ ୨ୟ ସ୍ଥାନରେ ଆସାମରେ ୧୩୯୦ଟି ଘଟଣାରେ ୩୮୬୨ଜଣ, ୩ୟ ସ୍ଥାନରେ ମହାରାଷ୍ଟ୍ରରେ ୧୪୮ଟି ମାମଲାରେ ୨୪୮୧ଜଣ ମୃତ୍ୟୁବରଣ କରିଛନ୍ତି। ଆନ୍ଧ୍ରପ୍ରଦେଶ ୪୪୬ଟି ମାମଲାରେ ୧୮୨୬ଜଣଙ୍କ ମୃତ୍ୟୁ ସହିତ ୪ର୍ଥ ସ୍ଥାନ, ଛତିଶଗଡ଼ ୫୨୮ ମାମଲାରେ ୧୫୫୯ମୃତ୍ୟୁ ସହିତ ୫ମ ସ୍ଥାନ, ମଣିପୁରରେ ୫୨୭ଟି ମାମଲାରେ ୧୫୨୦ଟି ମୃତ୍ୟୁ ସହିତ ୬ଷ୍ଠ ସ୍ଥାନ ହାସଲ କରିଛି। ତ୍ରିପୁରା ୩୯୨ ମାମଲାରେ ୧୩୦୦ ମୃତ୍ୟୁ ସହିତ ୭ମ ସ୍ଥାନ ହାସଲ କରିଛି।

ଗୁଜରାଟରେ ୮୨୩ଜଣ ରାଜନୈତିକ ହିଂସାରେ ମୃତ୍ୟୁବରଣ କରିଥିବାବେଳେ ଝାଡ଼ଖଣ୍ଡରେ ୭୩୪ଜଣ, ବିହାରରେ ୬୧୯ଜଣ, ନାଗାଲାଣ୍ଡରେ ୬୧୭ଜଣ, ଉତ୍ତରପ୍ରଦେଶରେ ୪୮୯ଜଣ, ପଶ୍ଚିମବଙ୍ଗରେ ୪୫୦ଜଣ, ପଞ୍ଜାବରେ ୩୮୨ଜଣ, ମଧ୍ୟପ୍ରଦେଶରେ ୨୦୮ଜଣ, ଜରିଆନାରେ ୧୧୫ଜଣ, ମେଘାଳୟରେ ୯୯ଜଣ, କର୍ଣ୍ଣାଟକରେ ୮୩ଜଣ, ତାମିଲନାଡ଼ୁ ଓ ଅରୁଣାଚଳ ପ୍ରଦେଶରେ ୭୭ଜଣ ଲେଖାଏଁ, ଦିଲ୍ଲୀରେ ୬୧ଜଣ, ହିମାଚଳ ପ୍ରଦେଶରେ ୪୦ଜଣ ବ୍ୟକ୍ତି ରାଜେ;ନ୍ଭତିକ ହିଂସାରେ ମୃତ୍ୟୁବରଣ କରିଥିବା ଏହି ସର୍ଭେ ରିପୋର୍ଟରେ କୁହାଯାଇଛି।


Leave a Reply

Your email address will not be published. Required fields are marked *