ଘଷିପୁରାରୁ ଆରମ୍ଭ ହେଲା ରାଜନୈତିକ ହିଂସା

ପୂର୍ବତନ ସ୍ୱାଧୀନ ପ୍ରାର୍ଥୀ ତଥା ଆନନ୍ଦପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ରାମଚନ୍ଦ୍ର ବେହେରାଙ୍କୁ ଘରୁ ଡାକି ନେଇ ଦୁଇ ହାତ- ଗୋଡ଼ କାଟି ହତ୍ୟା

ନିର୍ବାଚନ ପୂର୍ବରୁ କେନ୍ଦୁଝର ଜିଲ୍ଲା ଘଷିପୁରା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି। ଘଷିପୁରା ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ସ୍ୱାଧୀନ ପ୍ରାର୍ଥୀ ତଥା ଆନନ୍ଦପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ରାମଚନ୍ଦ୍ର ବେହେରାଙ୍କୁ ଘରୁ ଡାକି ନେଇ ତାଙ୍କ ଦୁଇ ହାତ କାଟି ଦୁବୃର୍ତ୍ତମାନେ ହତ୍ୟା କରିଛନ୍ତି।  ତାଙ୍କୁ ରାଜନୈତିକ ଆକ୍ରୋଶରୁ ନୃଶଂସ ଭାବେ ହାଣି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

ସୋମବାର ରାତିରେ କିଛି ଦୁର୍ବୃତ୍ତ ରାମଚନ୍ଦ୍ରଙ୍କୁ  ତାଙ୍କ ଧକୋଟା ସ୍ଥିତ ବାସଭବନରୁ ଡାକି ନେଇଥିଲେ। ଏହାପରେ ସଂଘବନ୍ଧ ଭାବେ ଖଣ୍ଡା ଭୁଜାଲିରେ ତାଙ୍କୁ ଆକ୍ରମଣ କରିଥିଲେ। ସେମାନେ ତାଙ୍କ ଦୁଇଟି ଯାକ ହାତ ଓ ଗୋଡ଼କୁ କାଟି ଦେଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଛି।

ଏହି ଘଟଣାକୁ ନେଇ ଘଷିପୁରା ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିବା ସହ ବିକ୍ଷୋଭ କରିଛନ୍ତି। ଏହି ଘଟଣାରେ ପୁଲିସ ୪ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି।

ଅଧିକ ପାଠ ପାଇଁ କ୍ଲିକ୍‌ କରନ୍ତୁ:

ପୁରୀର ବିକାଶକୁ ପ୍ରସଙ୍ଗ କରି ସେ ଲୋକଙ୍କ ପାଖକୁ ଯିବି : ଡା. ସମ୍ୱିତ ପାତ୍ର

ଧର୍ମେନ୍ଦ୍ରଙ୍କ ଦୌରାତ୍ମ୍ୟରୁ ବିଜେପିରେ ମିଶିବେ ସୁବାସ!

ଆଦିବାସୀ ବହୁଳ ଜିଲ୍ଲାରେ ନୋଟାକୁ ଅଧିକ ସମର୍ଥନ

Leave a Reply

Your email address will not be published.