କନ୍ଧମାଳରେ ମାଓ ହିଂସା : ଗୁଳିମାଡରେ ମହିଳା ପୋଲିଂ ସୁପରଭାଇଜରଙ୍କ ମୃତ୍ୟୁ

ଓଡ଼ିଶାର ୫ଟି ଲୋକସଭା ଓ ୩୫ଟି ବିଧାନସଭା ଆସନରେ ଆସନ୍ତାକାଲି ହେବ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ। ଏଥିପାଇଁ ନକ୍ସଲ ପ୍ରବଣ କନ୍ଧମାଳ ଜିଲ୍ଲାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହା ସତ୍ତ୍ୱେ ପୁଲିସକୁ ଚ୍ୟାଲେଞ୍ଜ ଦେଇଛନ୍ତି ନକ୍ସଲ। ଗୁଳି କରି ଜଣେ ପୁଲିଂ କର୍ମଚାରୀଙ୍କୁ ହତ୍ୟା କରିଛନ୍ତି। ଏହି ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ କମ୍ୱିଂ ଅପରେଶନ୍‌କୁ ଜୋରଦାର କରାଯାଇଛି।

ପୋଲିଂ ଡ୍ୟୁଟିରେ ମୁତୟନ ହୋଇଥିବା ‘ଗ୍ରାମ ରୋଜଗାର’ ସେବିକା ସଂଯୁକ୍ତା ଦିଗଲଙ୍କ ସମେତ ୪ ଜଣ ଲୋକ ଏକ ଗାଡ଼ିରେ ଜଙ୍ଗଲୀ ରାସ୍ତାରେ ଯାଉଥିଲେ। ହଠାତ ଗାଡ଼ି ସାମ୍ନାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ପରେ ଗାଡ଼ିରୁ ସମସ୍ତେ ବାହାରକୁ ବାହାରି ଆସିଥିଲେ। ଏହି ସମୟରେ ଲୁଚି ରହିଥିବା ନକ୍ସଲମାନେ ଗୁଳି ବର୍ଷା କରିଥିଲେ। ଫଳରେ ସଂଯୁକ୍ତାଙ୍କ ମୁଣ୍ଡରେ ଗୁଳି ବାଜିଥିଲା। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ଅନ୍ୟ ୩ କର୍ମଚାରୀ ଗାଡ଼ି ସହ ପଳାଇ ଆସିଥିଲେ।



Leave a Reply

Your email address will not be published. Required fields are marked *