ସାବଧାନ ଅଭିଭାବକ: ନାବାଳ ଗାଡ଼ି ଚାଳକଙ୍କୁ ଧରୁଛି ପୁଲିସ
ଭୁବନେଶ୍ଵର, (ଓଟି): ଟ୍ବିନ୍ ସିଟିର ଅଭିଭାବକଙ୍କୁ ସତର୍କ କରାଇଛି କମିଶନରେଟ୍ ପୁଲିସ। ଯଦି କେହି ନିଜର ଗାଡ଼ିକୁ କୌଣସି ନାବାଳକଙ୍କୁ ଚଳାଇବାକୁ ଦେଉଛନ୍ତି ତାହା ହେଲେ ଆଇନଗତ ଦୃଷ୍ଟିରୁ ଆପଣଙ୍କୁ ନ୍ୟାୟ ପାଳିକାଙ୍କୁ ଚକ୍କର କାଟିବାକୁ ପଡ଼ିପାରେ। କାରଣ ପୁଲିସ ପକ୍ଷରୁ ନାବାଳକ ଡ୍ରାଇଭର ଖୋଜା ଆରମ୍ଭ ହୋଇଛି। ଏହିକ୍ରମରେ ସୋମାବାର ଚଢ଼ାଉ କରାଯାଇ ଦୁଇଜଣ ନାବାଳକ ଡ୍ରାଇଭରଙ୍କୁ ସେମାନଙ୍କ ଗାଡ଼ି ସହ କୋର୍ଟ ଚାଲାଣ କରାଯାଇଛି। ରାଜଧାନୀର ୟୁନିଟ୍-୧ ଓ ୯ ନମ୍ବର ଅଞ୍ଚଳରେ ଏହି ଚଢ଼ାଉ କରାଯାଇଥିବା କମିଶନରେଟ୍ ପୁଲିସ ପକ୍ଷରୁ କୁହାଯାଇଛି ।
ସହରରେ ବଢ଼ୁଥିବା ଟ୍ରାଫିକ୍କୁ ନିୟନ୍ତ୍ରଣ କରିବା ତଥା ବେପରୁଆ ଡ୍ରାଇଭିଂକୁ ରୋକିବା ଲାଗି ପୁଲିସ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଯେହେତୁ ୧୮ ବର୍ଷରୁ କମ୍ ଡ୍ରାଇଭରମାନେ ଆଇନ ଅନୁସାରେ ଗାଡ଼ି ଚଳାଇବା ପାଇଁ ଯୋଗ୍ୟ ନୁହନ୍ତି ଏମାନେ ଗାଡ଼ି ଚଳାଇଲେ ସମ୍ପୃକ୍ତ ଅଭିଭାବକଙ୍କୁ ମଧ୍ୟ ଏଥିନେଇ ତଣ୍ଡ ଭୋଗିବାକୁ ହେବ।
ଭୁବନେଶ୍ଵରର ଅଧିକାଂଶ ଅଞ୍ଚଳରେ ନାବାଳକ ଓ ନାବାଳିକାମାନେ ସ୍କୁଲ୍ କଲଜ୍ ବା ଟ୍ୟୁଟୋରିଆଲ୍ ପାଇଁ ବାପା ମା’ଙ୍କ ଟୁହ୍ବିଲର୍କୁ ଚଳାଉଥଇବା ନଜରକୁ ଆସିଛି।