#covid19 ଲକ୍‌ଡାଉନ : ଅମାନିଆଙ୍କୁ ପୁଲିସ୍‌ ଲାଠି

କେନ୍ଦ୍ରାପଡା଼,(ପ୍ରଦୀପ ଜେନା):ମାରାତ୍ମକ କରୋନା ରୋଗରୁ ଲୋକଙ୍କୁ ବଂଚାଇବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସମଗ୍ର ଦେଶରେ ଲକ୍ ଡାଉନ ଘୋଷଣା କରାଯାଇଛି। ଏହାର ଉଦ୍ଦେଶ୍ୟ ରହିଛି ଲୋମାନେ ନିଜ ଘରେ ରହି ପରସ୍ପର ଠାରୁ ସାମାଜିକ ଦୂରତ୍ୱ ରକ୍ଷା କରି କରୋନା ଭୟକୁ ଦୂର କରିବେ।   କିନ୍ତୁ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ କିଛି ଲୋକ କରୋନାର ଭୟାବହତାକୁ ଉପଲ୍ୱଧ ନକରି ଲକ୍ ଡାଉନକୁ ବେଖାତିର କରି ବାହାରକୁ ଆସୁଥିବା ଓ ପରିବା ତଥା ତେଜରାତି ଦୋକାନରେ ଭିଡ଼ ଜମାଉଥିବା ଦେଖା ଯାଉଛି । ଏହି ଭିଡ଼ କମାଇବା ଲାଗି ପୁଲିସ ଲାଠି ପ୍ରେ୍ରାଗ କରୁଥିବା ଦେଖିବାକୁ ମିଳୁଛି।

ସେହିପରି କିଛି ବାଇକ ଚାଳକ ବିନା ହେଲମେଟରେ ଖୋଲାଖୋଲି ଭାବେ ରାସ୍ତାରେ ବୁଲୁଥିବା ମଧ୍ୟ ଦେଖା ଯାଉଛି । ପ୍ରଶାସନ ପକ୍ଷରୁ ବାରମ୍ବାର ଏ ନେଇ ଲୋକଙ୍କୁ ସଚେତନ କରାଯିବା ସହ ସମସ୍ତେ ଲକ୍ ଡାଉନକୁ ମାନି ବିନା ଜରୁରୀ ଆବଶ୍ୟତାରେ ଘରୁ ନବାହାରିବାକୁ ଡାକବାଜି ଯନ୍ତ୍ର ଯୋଗେ ସହର ଠାରୁ ଗାଁ ପର୍ଯ୍ୟନ୍ତ ପ୍ରଚାର କରାଗଲେ ବି ଲୋକେ ସଚେତନ ନହୋଇ ଘରୁ ବାହାରି ଆସ ଛକ, ବଜାର ଓ ଦୋକାନରେ ଭିଡ଼ ଜମାଉଛନ୍ତି । ଏହିପରି ଅମାନିଆ ଲୋକଙ୍କୁ ସବାଡ଼ କରିବାକୁ ପୁଲିିସକୁ ବଳ ପୟୋଗ କରିବାକୁ ପଡ଼ୁଛି । ବେପରୁଆ ଲୋକଙ୍କୁ ବାଟକୁ ଆଣିବାକୁ ପୁଲିସକୁ ନୟାନ୍ତ ହେବାକୁ ପଡ଼ୁଛି । ପୁଲିସ କର୍ମଚାରୀମାନେ ଦିନସାରା ବୁଲିବୁଲି ଲୋକଙ୍କୁ ଘରକୁ ପଠାଉଛନ୍ତି । ଆବଶ୍ୟକ ସ୍ଥଳ ପୁଲିସକୁ ବଳପୟୋଗ କରିବାକୁ ପଡ଼ୁଛି । କେନ୍ଦ୍ରାପଡ଼ା ସହରର ବ୍ୟସ୍ଥ ବହୁଳ ପୁରୁଣା ବସଷ୍ଟାଣ୍ଡ ଛକ ଠାରେ ଗତ ବୁଧ ବାର ଲୋକେ ଲକ ଡାଉନ ନମାନି ଛକ ଉପରେ ଅନାବଶ୍ୟକ ଭିଡ଼ ଜମାଇବାରୁ ପୁଲିସକୁ ଲାଠି ଚାର୍ଜ କରିବାକୁ ପଡ଼ିଥିଲା । ସେହିପରି କେନ୍ଦ୍ରାପଡ଼ା ସହରର ତିନିମୁହାଣି ଛକରେ ପୁଲିସ ଆଡ଼ ପକାଇ ଲୋକଙ୍କ ଯାତାୟତକୁ ବାଧା ଦେବା ସହ ବଳ ପୟୋଗ କରି ଲୋକଙ୍କୁ ଘଉଡ଼ାଇଥିଲା । ଏଥିସହ ବିନା ହେଲମେଟରେ ବାଇକ ଚଳାଇ ବଜାରରେ ବୁଲୁଥିବା କିଛି ଲୋକଙ୍କ ଠାରୁ ପୁଲିସ ଓ ସ୍ଥାନନୀୟ ଆରଟିଓ କର୍ମଚାରୀମାନେ ଫାଇନ ଆଦାୟ କରିଥିଲେ । କେନ୍ଦ୍ରାପଡ଼ା ଏସପି ନିତିଶେଖରଙ୍କ ସହ ଅନ୍ୟ ପୁଲିସ ଅଧିକାରୀମାନେ ବୁଧବାର ତିନିମୁହଁଣି ଛକରେ ପହଂଚି ବାଇକ ଚାଳକଙ୍କୁ ଅଟକାଇବା ସହ ୧୦ଟି ବାଇକ ଜବତ କରିଛନ୍ତି ଓବେଆଇନ ବାଇକ ଚାଳକଙ୍କ ଠାରୁ ୨୭ ହଜାର ୫ଶହ ଟଙ୍କା ଫାଇନ ଆଦାୟ କରିଛନ୍ତି । କେନ୍ଦ୍ରାପଡ଼ା ସହରରେ ଥିବା କିଛି ତେତଜରାତି ଦୋକାନୀ ଲକ ଡାଉନ ନିୟମ ଭଙ୍ଗ କରିଥିବାରୁ ପୁଲିସ ଠାରୁ ପାହାର ଖାଇଛନ୍ତି । ସେହିପରି ମାର୍ଶାଘାଇ ଠାରେ କିଛି ଯୁବ ବାଇକ ଚାଳକ ପୁଲିସକୁ ଚକମା ଦେଇ ଖସି ଯିବାକୁ ଉଦ୍ୟମ କରିବାରୁ ମାର୍ଶାଘାଇ ପୁଲିସ ରାସ୍ତାରେ ବାଉଁସ ବାନ୍ଧି ଆଡ଼ା ପକାଇ ରାସ୍ତା ଅବରୋଧ କରିଥିଲେ ବି କିଚି ଯୁବକ ବାଉଁସ ଠେଲି ପଳାଇ ଯିବାକୁ ଚେଚଷ୍ଟା କରିବାରୁ ପୁଲିସ ତାଙ୍କୁ ଧରି ୧୭ ଜଣଙ୍କ ନାମରେ ୬ଟି ମାମଲା ରୁଜ୍ଜୁ କରିବା ସହ ୧୨ଟି ବାଇକ ଜବତ କରିଛି । ସେହିପରି ଜିଲ୍ଲାର ଇନ୍ଦୁପୁର, ନିକିରାଇ ସମେତ ବିଭିନ୍ନ ସ୍ଥାନରେ ଅମାନିଆ ଲୋକଙ୍କୁ ମନାଇବାକୁ ପୁଲିସକୁ ଲାଠି ମାଡ଼ କରିବାକୁ ପଡ଼ିଛି ।

Leave a Reply

Your email address will not be published.