ପୁଲିସ- ମାଓବାଦୀ ଗୁଳି ବିନିମୟ: କୁଖ୍ୟାତ ମାଓ କମାଣ୍ଡର ରାକେଶ ସୋଦି ମୃତ

ଭୁବନେଶ୍ଵର, (ଓଟି): ଛତିଶଗଡ଼ ସୀମାନ୍ତ ମାଲକାନଗିରି ଜିଲ୍ଲାର ପାକ୍‌ନାଗୁଡ଼ି ଘଞ୍ଚ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳି ବିନିମୟ ହେତୁ ମାଓ କମାଣ୍ଡର ରାକେଶ ସୋଦିଙ୍କ ମୃତ୍ୟୁ ହୋଇଛି। ସେ ଆନ୍ଦ୍ର-ଓଡ଼ିଶା ସୀମାନ୍ତ ସ୍ଵତନ୍ତ୍ର ଜୋନାଲ୍‌ କମିଟି ( ଏଓବିଏସ୍‌,ଜଡ୍‌ସି)ର କମାଣ୍ଡର ଭାବେ କାର୍ଯ୍ୟ କରୁଥିଲେ। ଗୁଇନ୍ଦା ସୂତ୍ରକୁ ଆଧାର କରି ମାଲକାନ୍‌ଗିରି ଏସ୍‌ପିଙ୍କ ନେତୃତ୍ଵରେ ମଙ୍ଗଳବାର ମଧ୍ୟରାତ୍ରୀରେ ଆରମ୍ଭ କରାଯାଇଥିବା ଗୁପ୍ତ ମିଶନ ହେତୁ ପୁଲିସକୁ ସଫଳତା ମିଳିଥିବା ପୁଲିସ ଡିଜି ବିଜୟ କୁମାର ଶର୍ମା ସୂଚନା ଦେଇଛନ୍ତି। 

ଏହି ଅପରେସନରେ ଡିଭିଏଫ ଯବାନ ଜୟରାମ କବାସୀ ସହିଦ ହୋଇଥିବା ବେଳେ ଆଉ ଏକ ଯବାନ ରାମୁ ଦୁରୁଆ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ହେଲିକପ୍ଟର ଯୋଗେ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ଶହିଦ ଯବାନଙ୍କ କ୍ଷତିପୂରଣ ରାଶି 16 ଲକ୍ଷ ଟଙ୍କା ତାଙ୍କ ପରିବାରକୁ ପ୍ରଦାନ କରିଛନ୍ତି ଡ଼ିଆଇଜି । ସୁରକ୍ଷା ଦୃଷ୍ଟିରୁ ଉକ୍ତ ଅଞ୍ଚଳରେ ବର୍ତ୍ତମାନ ବି କୁମ୍ବିଂ ଅପରେସନ ଜାରି ରହିଛି ଵୋଲି କହିଛନ୍ତି ଡିଜି ।

ନିହତ ସୋଦିଙ୍କ ନିକଟରୁ ଥ୍ରୀ ନଟ ଥ୍ରୀ ରାଇଫଲ ସମେତ ଏକେ 47 ବନ୍ଧୁକ ଓ ବିଭିନ୍ନ ମାଓ ସାମଗ୍ରୀ ଜବତ କରାଯାଇଛି।

ରାକେଶ ସୋଡି ଛତିଶଗଡ଼ ସୁକମା ଜିଲ୍ଲାର ମୂଳ ବାସିନ୍ଦା । ସୋଡିଙ୍କ ନେତୃତ୍ବରେ ପୂର୍ବରୁ ବହୁ ମାଓ ହମଲା ଘଟିଥିଲା । ସେ ଆନ୍ଧ୍ର ଓଡିଶା ସ୍ପେଶାଲ ଜୋନର ମାଓ ମିଲିଟାରୀ ପ୍ଲାଟୁନର କମାଣ୍ଡର ଥିଲେ । ତାଙ୍କୁ ଧରିବା ପାଇଁ ସରକାର 8 ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ ।

 

Leave a Reply

Your email address will not be published. Required fields are marked *