୨୦ ଘଣ୍ଟାର ଶଟ୍‌ଡାଉନ୍‌: ୨୪୦୦ ଗିରଫ, ୪ହଜାର ଗାଡ଼ି ସିଲ୍‌

ଭୁବନେଶ୍ଵର, (ଓଟି): କଟକ ଭୁବନେଶ୍ଵର ଏବଂ  ଭଦ୍ରକରେ ଘୋଷଣା କରାଯାଇଥିବା ଶଟ୍‌ଡାଉନ୍‌କୁ ୨୦ ଘଣ୍ଟା ବିତିଛି। ଏହି ସମୟରେ ପୁଲିସକୁ ପୂଣତ୍ଣ ସଫଳତା ମିଳିଛି ବୋଳି କହିଛନ୍ତି ଡିଜି ପୁଲିସ ଅଭୟ। ଆଜି ସରକାରଙ୍କ ପକ୍ଷରୁ ସୂଚନା ପ୍ରଦାନ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ଅଭୟ କହିଛନ୍ତି, ୯୦ ପ୍ରତିଶତ ଲୋକ ଆମକୁ ସହଯୋଗ କରିଛନ୍ତି। ୧୦ ପ୍ରତିଶତ ଅମାନିଆ ହୋଇଛନ୍ତି।

ଯେଉଁମାନେ କୋଭିଡ୍‌-୧୯ ଆଦେଶ ଓ ନିୟମକୁ ଉଲ୍ଲଙ୍ଘନ କରିଛନ୍ତି ସେମାନଙ୍କ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହିକ୍ରମରେ ରାଜ୍ୟର ବିଭିନ୍ନ ଥାନାରେ ୨୭୦୦ ମାମଲା ରୁଜୁ କରାଯାଇଛି। ୨୪୦୦ ଲୋକଙ୍କୁ ଗିରଫ କରାଯିବା ସହ ୪ ହଜାର ଗାଡ଼ି ସିଲ୍‌ କରାଯାଇଛଇ ବୋଲି ଡିଜି ପୁଲିସ ସୂଚନା ଦେଇଛନ୍ତି।

ଡିଜିପୁଲିସ୍‌ ଆହୁରି ମଧ୍ୟ ରାଜ୍ୟରେ ମିଛ, ବିଭ୍ରାନ୍ତିମୂଳକ ବା ସନ୍ଦେହଜନକ ଭିଡିଓ, ବାର୍ତ୍ତା ବା ଫଟୋ କିମ୍ବା କୌଣସି ଆନିମେସନ୍‌ ପ୍ରସାରଣକୁ ରୋକ୍‌ ଦେବା ଲାଗି ପୁଲିସ ନେଉଥିବା ପଦକ୍ଷେପକୁ ସେ ଜନସାଧାରଣଙ୍କୁ ଜଣାଇଛନ୍ତି। ଜନସାଧାରଣ ଏମିତି କିଛି ବି ଭିଡିଓ, ଫଟୋଗ୍ରାଫ୍‌ ବା କୌଣସି ବାର୍ତ୍ତା ପାଇଲେ ପୁଲିସ, ସ୍ଵାସ୍ଥ୍ୟ ବିଭାଗ ହେଲ୍ପଲାଇନ୍‌ରେ ଜଣାଇବାକୁ କହିଛନ୍ତି। ଯେଉଁମାନେ ଏହିପରି ଭିଡିଓ ପ୍ରସାର କରି ଆତଙ୍କ ବା ସାମ୍ପ୍ରଦାୟିକ ବିଭେଦ ସୃଷ୍ଟି କରିବାକୁ ଚାହିଁବେ ସେମନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

Leave a Reply

Your email address will not be published.