ଓଡ଼ିଶାରେ ଲକ୍ଡାଉନ୍: ୧୫୦୦ ମାମଲା, ୧୪୦୦ଅଧିକ ଗିରଫ
ଭୁବନେଶ୍ଵର, (ଓଟି): କୋଭିଡ୍-୧୯ କରୋନା ସଂକ୍ରମଣକୁ ପ୍ଶରମିତ କରିବା ପାଇଁ ଓଡ଼ିଶା ସରକାର ମାର୍ଚ ୨୩ ତାରିଖରୁ ଲକ୍ଡାଉନ୍ ଘୋଷଣା କରିଛନ୍ତି। ପ୍ରଥମରେ ୫ଟି ଜିଲ୍ଲା ଓ ପରେ ଏହା ସାରା ରାଜ୍ୟରେ ଲାଗୁ କରାଯାଇଛି। ଏହିକ୍ରମରେ ସବୁ ଲୋକଙ୍କୁ ଘରେ ରହି କରୋନା ମୁକାବିଲା କରିବାକୁ ଆହ୍ବାନ ଦିଆଯାଇଛି। ପୁଣି ଆଇନକୁ କାର୍ଯ୍ୟକାରୀ କରିବା ଲାଗି ରାଜ୍ୟପୁଳିସବଳକୁ ବିଭିନ୍ନ ସ୍ଥାନରେ ମୁତ୍ତୟନ କରାଯାଇଛି ଏବଂ ଲୋକଙ୍କୁ ଆଇନ ମାନିବା ପାଇଁ ବାଧ୍ୟ କରାଯାଉଛି। ହେଲେ କିଛି ଅମାନିଆ ଲୋକଙ୍କ ଯୋଗୁ ବିଭିନ୍ନ ସ୍ଥାନରେ ପରିସ୍ଥିତି ଅସ୍ଵଭାବିକ ହୋଇଛି।
ପୁଲିସ ପ୍ରଶାସନ ପକ୍ଷରୁ ଆଇନ ଲାଗୁ କରିବା ଲାଗି ଅମାନିଆ ଲୋକଙ୍କୁ ଗିରଫ କରାଯାଇ ମାମଲା ରୁଜୁ କରାଯାଇଛି। ବିଭିନ୍ନ ସ୍ଥାନରେ ପୁଲିସ ପକ୍ଷରୁ ବଳ ପ୍ରୟୋଗ କରାଯାଇଥିବା ଏବଂ ଲୋକଙ୍କ ମାନବିକ ଅଧିକାରକୁ କ୍ଷୁଣ୍ଣ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲେ ମଧ୍ୟ ପୁଲିସ ଏହାକୁ ଖଣ୍ଡନ କରିଛି।
ସେମାବାର ଦିନ ପୁଲିସ ଡିଜି ଅଭୟ କହିଛନ୍ତି ଯେ, ଲକ୍ଡାଉନ୍ ସମଗ୍ର ଭାରତ ପାଇଁ ଏକ ନୂଆ ବିଷୟ। ରାଜ୍ୟର ୯୦ ପ୍ରତିଶତ ଲୋକ ଆଇନ ମାନିଛନ୍ତି କିନ୍ତୁ ୧୦ ପ୍ରତିଶତ ଲୋକ ଏଯାଏ ନିଜ ଦାୟିତ୍ଵକୁ ବୁଝି ନାହାନ୍ତି। ସେମାନେ ବିଭିନ୍ନ ସମୟରେ ଆଇନ ଉଲ୍ଲଙ୍ଘନ କରିଥିବାର ନଜରକୁ ଆସିଛି।
ଏଥିଲାଗି ପୁଲିସ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏଥିରେ ୧୫୦୦ ମାମାଲା ରୁଜୁୁ ହୋଇଥିବା ବେଳେ ୧୪୦୦ ଲୋକଙ୍କୁ ଗିରଫ କରାଯାଇଛି। ସେହିପରି ସନ୍ଦିଗ୍ଧ ରୋଗୀଙ୍କୁ ହୋମ୍ କ୍ଵାରେଣ୍ଟାଇନ୍ରେ ରହିବା ଲାଗି ଆଦେଶ ଥିଲେ ମଧ୍ୟ ସେମାନେ ଉଲ୍ଲଘନ କରିଥିବାରୁ ଅନ୍ୟ ଲୋକଙ୍କ ମନରେ ସଂକ୍ରମଣ ଆଶଙ୍କା ବୃଦ୍ଧି ପାଇଛି। ଏହିଭଳି ଲୋକଙ୍କ ଭିତରୁ ୬୧ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି।
ରାଜ୍ୟ ପୁଲିସ ପକ୍ଷରୁ ୭୦୦ରୁ ଅଧିକ ସବ୍ଇନ୍ସ୍ପେକ୍ଟରଙ୍କୁ ନିଯୁକ୍ତି ଦିଆଯାଇଛି। ୧୬୨ ପ୍ଲାଟୁନ୍ ପୁଲିସବଳ ନିେ୍ରାଜିତ କରଂଯାଇଛି। ୧୦୦୦ରୁ ଅଧିକ ଗାଡ଼ି ନିୟୋଜିତ କରାଯାଇ ଲୋକଙ୍କୁ ସଚେତନ କରାଯିବା ସହ ଆଇନ ଲାଗୁ କରାଯାଇଛି।
ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ କିଛି ବି ଅସୁବିଧା ନାହିଁ ବୋଲି ଅଭୟ କହିଛନ୍ତି। ସମସ୍ତ ଚେକ୍ଗେଟ୍ରେ ମାଲ୍ ପରିବହନ ପୂର୍ବ ପରି ଜାରି ରହିଛି ବୋଲି ସେ କହିଛନ୍ତି।