ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍‌): କରୋନା  ଭୁତାଣୁ ସଂକ୍ରମଣକୁ ରୋକ୍‌ ଦେବା ଲାଗି ଭାରତ ସକରାରଙ୍କ  ଦ୍ଵାରା ଜାରି ହୋଇଥିବା ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଶେଷ ହେବାକୁ ଆଉ ୭ ଦିନ ରହିଲା। ଏ ଭିତରେ  ତେଲେଙ୍ଗାନା ପକ୍ଷରୁ ଲକ୍‌ଡାଉନ୍‌ ସୀମାକୁ ମେ’ ୨୯ ତାରିଖ ଯାଏ ବୃଦ୍ଧି କରାଯାଇଛି। ମହାରାଷ୍ଟ୍ର ପକ୍ଷରୁ ଲକ୍‌ଡାଉନ୍‌ ସୀମାକୁ ବୃଦ୍ଧି କରିବା ପାଇଁ ଚିନ୍ତା ଚାଲିଛି। କିଛି ରାଜ୍ୟ ଅର୍ଥନୀତିକ କାର୍ଯ୍ୟକୁ ଅଧିକ ଗୁରୁତ୍ଵ ଦେଇଥିବା ବେଳେ ପ୍ରଧାନମନ୍ତ୍ରୀ ଏ ଦିଗରେ ଦେଶ କି ପଦକ୍ଷେପ ନେବ ସେ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବାକୁ ଯାଉଛନ୍ତି। ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ୩ଟା ବେଳେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ଆଲୋଚନା କରିବାକୁ ସ୍ଥିର ହୋଇଛି।

ଏ ଭିତରେ ପ୍ରଧାନମନ୍ତ୍ରୀ ୪ଥର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ପ୍ରଥମ ଲକ୍‌ଡାଡାଉନ୍‌ ଘୋଷଣା ପୂର୍ବରୁ ପ୍ରଧାନମନ୍ତ୍ରୀ ରାଜ୍ୟ ଓ କେନ୍ଦ୍ରର ମିଳିତ ସହଯୋଗରେ କରୋନା ସଂକ୍ରମଣ ଅବରୋଧ କାର୍ଯ୍ୟକ୍ରମକୁ ପ୍ରଣୟନ କରିବା ଲାଗି ମାର୍ଚ ୨୦ ତାରିଖରେ ପ୍ରଥମ ଆଲୋଚନା କରିଥିଲେ। ଏହାପରେ ଏପ୍ରିଲ୍‌୨, ଏପଅିଲ୍‌ ୧୧ ଏବଂ ୨୭ ତାରିଖରେ ପ୍ରଧାନମନ୍ତ୍ରୀ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି।

ଏହି ଆଲୋଚନା ପୂର୍ବରୁ ପ୍ରଶାସନିକ ପଦକ୍ଷେପକୁ ଦୃଢ଼ କରିବା ଲକ୍ଷ୍ୟରେ କ୍ୟାବିନେଟ୍‌ ସଚିବ ବିଭିନ୍ନ ସମୟରେ ରାଜ୍ୟ ମୁଖ୍ୟ ସଚିବଙ୍କ ସହ ଆଲୋଚନା କରିଛନ୍ତି। ଆଜି ଏନେଇ ଏକ ଗୁରୁତ୍ଵପୂଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ସ୍ଵାସ୍ଥ୍ୟ ସଚିବ ଏବଂ ମୁଖ୍ୟ ସଚିବଙ୍କ ସହ ଏହି ଆଲୋଚନା ହୋଇଥିଲା। ବିଶେଷ କରି ରେଡ୍‌, ଗ୍ରୀନ୍‌ ଓ ଅରେଞ୍ଜ୍‌ ଜୋନ୍‌ ଘୋଷଣା ନେଇ ଯେଉଁ ନିୟମ ରହିଛି ଏ ବିଷୟରେ ନେକ ରାଜ୍ୟ ଆପତ୍ତି ଉଠାଇଥିବା ଜଣାପଡ଼ିଛି। ଠିକ୍ ସେହିିପରି ପ୍ରବାସୀ ଶ୍ରମିକଙ୍କ ଆସିବା ପରେ ଯେଉଁ ସଙ୍କଟ ସୃଷ୍ଟି ହୋଇଛଇ ତାହାକୁ ନେଇ ମଧ୍ୟ କିଛି ରାଜ୍ୟ ସରକାର ଆପତ୍ତି ଉଠାଇଛନ୍ତି। ଏସବୁ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ପାରନ୍ତି।

ଅବରୋଧ ଅଞ୍ଚଳରେ କରୋନା ନିୟନ୍ତ୍ରଣ କଟକଣାକୁ ସୀମିତ ରଖି ଅନ୍ର ଅଞ୍ଚଳରେ ଅର୍ଥନୀତିକ କାରବାର ଓ  ଜୀବନ ପ୍ରକ୍ରିୟା ସ୍ଵଭାବିକ କରିବା ଲାଗି ରାଜ୍ୟ ଓ କେନ୍ଦ୍ର ଭିତରେ ଆଲୋଚନା ହୋଇପାରେ।

ପୂର୍ବରୁ ପ୍ରଧାନମନ୍ତ୍ରୀ ଉଭୟ ଜୀବନ ଓ ରାଷ୍ଟ୍ରର ସୁରକ୍ଷା ପାଇଁ ଲକ୍‌ଡାଉନ୍‌ ଗୁରୁତ୍ଵପୂଣ୍ଣ ବୋଲି ଉଲ୍ଲେଖ କରିଥିଲେ। ଏହି ବୈଠକରେ ମଧ୍ୟ ଜନସାଧାରଣଙ୍କ ଜୀବନ ରକ୍ଷା ସହ ଅର୍ଥନୀତିକ କାରବାରକୁ ସ୍ଵଭାବିକ କରିବା ପାଇଁ ଆବଶ୍ୟକ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିପାରନ୍ତି।

Leave a Reply

Your email address will not be published. Required fields are marked *