କରୋନା ମୁକାବିଲା ପାଇଁ ଉତ୍ସାହ ବଢ଼ାଇଲେ ପ୍ରଧାନମନ୍ତ୍ରୀ: ଏପ୍ରିଲ୍୫ ରାତି ୯ଟାରେ ୯ ମିନିଟ୍ ଦୀପଦାନ ପାଇଁ ଆହ୍ବନ
ଭୁବନେଶ୍ଵର, (ଓଟି): ପ୍ରଧାନମନ୍ତ୍ରୀ ମୋଦି ପୁଣିଥରେ ଦେଶବାସୀଙ୍କୁ ଉଦ୍ବୋଧନ ଦେଇଛନ୍ତି। ଦେଶବାସୀ ଯେଉଁପରି ଭାବେ ଲକ୍ଡାଉନ୍କୁ ସଫଳ କରିଛନ୍ତି ତାହାକୁ ପ୍ରଶଂସା କରିବା ସହ ଲୋକଙ୍କ ମନୋବଳ ବୃଦ୍ଧି ଓ ଉତ୍ସାହ ବୃଦ୍ଧି ପାଇଁ ଆଉ ଏକ ଆହ୍ବାନ ଦେଇଛନ୍ତି। ଯେତେବେଳେ ସାରା ଦେଶ କରୋନା ଭୟରେ ଆତଙ୍କିତ ଏହି ଆହ୍ବାନ ଉତ୍ସାହ ଓ ଆଶାକୁ ଜାଗ୍ରତ କରିବ ବୋଲି ପ୍ରଧାନମନ୍ତ୍ରୀ ଆଶା କରିଛନ୍ତି।
ଏକ ଭିଡିଓ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି:
୫ ଏପ୍ରିଲ୍ ରବିବାର ରାତି ୯ଟାରେ ମୁଁ ଆପଣଙ୍କ ୯ ମିନିଟ୍ ଚାହୁଁଛି। ଘରର ସବୁ ଆଲୁଅ ବନ୍ଦ କରି। ଘର ଦୁଆର ବା ବାଲ୍କୋନୀରେ ଠିଆ ହୋଇ ନ ମିନିଟ୍ ପାଇଁ ମହମବତୀ, ଦୀପ, ଟର୍ଚ ବା ମୋବାଇଲ୍ର ଫ୍ଲାଶ୍ ଲାଇଟ୍ ଜଳାନ୍ତୁ। ଯଦି ସେହି ସମୟରେ ଘରର ସବୁ ଆଲୁଅ ବନ୍ଦ ହେବ ଏବଂ ସବୁ ବ୍ୟକ୍ତି ଗୋଟିଏ ବୋଟିଏ ଦୀପ ଜଳାଇବେ ସେତେବେଳେ ପ୍ରକାଶର ମହାଶକ୍ତି ଉପଲବ୍ଧ ହେବ।
ଏହି ସଂକଳ୍ପ କରିବା ଯେ, ଆମେ ଏକୁଟିଆ ନୁହେଁ। କେହି ବି ଏକୁଟିଆ ନୁହନ୍ତି। ୧୩୦ କୋଟି ଦେଶବାସୀ ଗୋଟିଏ ସଂକଳ୍ପରେ ପ୍ରତିବଦ୍ଧ।
ଏହି ଆୟୋଜନ ସମୟରେ କାହାକୁ, କେଉଁଠି ବି ଏକାଠି ହେବାକୁ ହେବ ନାହିଁ। ରାସ୍ତା, ଗଳି, ମହଲ୍ଲାକୁ ଯିବେ ନାହିଁ। ସାମାଜିକ ଦୂରତ୍ଵର ଲକ୍ଷ୍ମଣ ରେଖାକୁ କେବେି ବି ଲଙ୍ଘନ କରିବା ନାହିଁ। ଆମେ ନିଜ ଘରେ ବାଲ୍କୋନୀ ବା ଦୁଆର ମୁହଁରେ ରହିବା। କରୋନା ଶୃଙ୍ଖଳ କରିବା ପାଇଁ ଏହା ହିଁ ରାମ ବାଣ ଚିକିତ୍ସା।
କିଛି ସମୟ ଏକାଠି ବସି ମାହାଭାରତ ସ୍ମରଣ କରନ୍ତୁ। ୧୩୦ କୋଟି ଦେଶବାସୀଙ୍କ ସାମୁହିକତାକୁ ଅନୁଭବ କରନ୍ତୁ। ଏହାଦ୍ଵାରା ଆମକୁ ଏହି ମୁହୂର୍ତ୍ତରେ ଶକ୍ତି ମିଳିବ।
ଆମର ଉତ୍ସାହଠୁ ବଡ଼ ଦୁନିଆରେ କୌଣସି ଶକ୍ତି ନାହିଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।