ଦୀନଦୟାଲଙ୍କ ସର୍ବୋଚ୍ଚ ପ୍ରତିମୂର୍ତ୍ତି ଉନ୍ମୋଚିତ
ବାରାଣସୀ (ଓଟି): ଭାରତୀୟ ଜନସଂଘର ପୂର୍ବତନ ସଦସ୍ୟ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୬୩ ଫୁଟ ଉଚ୍ଚ ପ୍ରତିମୂର୍ତ୍ତିର ଉନ୍ମୋଚିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏହି ସର୍ବୋଚ୍ଚ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି। ଉଲ୍ଲେଖଯୋଗ୍ୟଯେ ଏହି ପ୍ରତିମୂର୍ତ୍ତିକୁ ଓଡ଼ିଶାର ୩୦ ଜଣ ଶିଳ୍ପୀ ନିର୍ମାଣ କରିଛନ୍ତି। ସେହିପରି ପ୍ରତିମୂର୍ତ୍ତି ନିକଟରେଥିବା ଦୀନଦୟାଲ ଉପାଧ୍ୟାୟ ସ୍ମାରକୀ କେନ୍ଦ୍ରକୁ ପ୍ରାୟ ୨୦୦ ଶିଳ୍ପୀ ବର୍ଷେ ପର୍ଯ୍ୟନ୍ତ କାମ କରି ନିର୍ମାଣ କରିଛନ୍ତି।
ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ନିଜ ନିର୍ବାଚନ କ୍ଷେତ୍ର ବାରାଣସୀରେ ୧୨୦୦ କୋଟି ଟଙ୍କାର ପ୍ରାୟ ୩୦ଟି ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ଏହାବାଦ୍ ୪୩୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେଶିଆଲିଟି ହସପିଟାଲ ଓ ବନାରସ ହିନ୍ଦୁ ବିଶ୍ୱ ବିଦ୍ୟାଳୟରେ ୭୪ ଶଯ୍ୟା ବିଶିଷ୍ଟ ମନୋଚିକିତ୍ସା ହସପିଟାଲ ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ। ଏହି ହସ୍ପିଟାଲ ନିର୍ମାଣ ପାଇଁ ୨୧ ମାସ ଲାଗିଥିଲା। ୨୦୧୬ ଅନ୍ତିମ ଭାଗରେ ନିଜେ ମୋଦୀ ଏଥିପାଇଁ ଶିଳାନ୍ୟାସ କରିଥିଲେ।
କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତିଯେ କଶ୍ମୀରରୁ ଧାରା ୩୭୦ ଉଠିବା ଆବଶ୍ୟକ ଥିଲା ଓ ବଡ଼ ଚାଲେଞ୍ଜ ରହିଥିଲା। ସେହିପରି ନାଗରିକତା (ସଂଶୋଧନ) ଆଇନ ଆଦି ଦେଶର ମଙ୍ଗଳ ପାଇଁ ଗ୍ରହଣ କରାଯାଇଥିବାବେଳେ ଯେତେ ଚାପ ପଡ଼ିଲେ ମଧ୍ୟ ଆମେ ଏ ନିଷ୍ପତ୍ତିରେ ଅଟଳ ରହିବୁ ବୋଲି ସେ ସ୍ପଷ୍ଟ ପ୍ରକାଶ କରିଛନ୍ତି।











