ଆଜି ମୋଦି ଆସିବେ ଓଡ଼ିଶା: କେନ୍ଦ୍ରାପଡ଼ା ଓ ବାଲେଶ୍ଵରରେ ଅଭିଭାଷଣ

ଭୁବନେଶ୍ଵର, (ଓଟି): ପ୍ରଧାନମନ୍ତ୍ରୀ ମୋଦି ଆଜି ଓଡ଼ିଶାରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ପାଇଁ ପହଞ୍ଚିବେ। କେନ୍ଦ୍ରାପଡ଼ା ଏବଂ ବାଲେଶ୍ଵରରେ ଏଥିଲାଗି ସ୍ଵତନ୍ତ୍ର ନିର୍ବାଚନୀ ସମାବେଶର ଆୟୋଜନ କରାଯାଇଛି।

ସକାଳ ୧୧ଟା ୧୫ ମିନିଟ୍‌ ସମୟରେ କେନ୍ଦ୍ରାପଡ଼ାର ବାରୁଅ ପଡ଼ିଆଠାରେ ଶ୍ରୀ ମୋଦିଙ୍କ ଉଡ଼ାଜାହାଜ ଅବତରଣ କରିବା ଲାଗି ସ୍ଥିର ହୋଇଛି। ସେହି ପଡ଼ିଆରେ ହିଁ ଭାଷଣ ସଭା ଆୟୋଜନ କରାଯାଇଛି। ପୂର୍ବରୁ ତିନିମୁହାଣି ଛକରୁ ଏକ ଶୋଭା ଯାତ୍ରା ପାଇଁ ଦଳ ପ୍ରସ୍ତୁତ ହୋଇଥିଲେ ମଧ୍ୟ ତାହାକୁ ବାତିଲ କରାଯାଇଛି। ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ସମେତ ବିଧାନସଭା ପ୍ରାର୍ଥୀଙ୍କ ଉଦ୍ଦେଶ୍ୟରେ ଶ୍ରୀ ମୋଦି ଭୋଟ୍‌ ମାଗିବେ।

ପ୍ରାୟ ୧ ଘଣ୍ଟା ପାଇଁ କେନ୍ଦ୍ରାପଡ଼ାରେ ରହିବେ ମୋଦି। ଏହି ସଭା ଶେଷ ହେବା ପରେ ମୋଦି ବାଲେଶ୍ଵର ଗସ୍ତ କରିବେ। ଉତ୍ତର ବାଲେଶ୍ଵରର ବସ୍ତା ନିକଟବର୍ତୀ ବାହାର୍ଦା ପଡ଼ିଆଠାରେ ଏକ ନିର୍ବାଚନୀ ସଭା ଆୟୋଜନ କରାଯାଇଛି । ସାଂସଦ ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀଙ୍କ ଉଦ୍ଦେଶ୍ୟରେ ଭୋଟ୍‌ ମାଗିବା କାର୍ଯ୍ୟକ୍ରମ ରହିଛି। ପୂର୍ବରୁ ଏଥିଲାଗି ମଧ୍ୟା୧୨ଟାକୁ ସମୟ ନିର୍ଘଣ୍ଟ କରାଯାଇଥିଲେ ମଧ୍ୟ ଏହା ଦୁଇଘଣ୍ଟା ବିଳମ୍ବ ଆଶଙ୍କା କରାଯାଉଛି।

Leave a Reply

Your email address will not be published.