ସାମାଜିକ ଦୂରତ୍ଵ କ’ଣ- ପୁଣି ବୁଝାଇଲେ ମୋଦୀ

ନୂଆଦିଲ୍ଲୀ (ଓଟି): ମହାମାରୀ କରୋନା ଭାଇରସ ବିଶ୍ଵ ପାଇଁ ଅବିଶ୍ଵସନୀୟ ସଂକଟ ସୃଷ୍ଟି କରିଛି। ଏଥିପାଇଁ ବିଶ୍ଵବାସୀଙ୍କ ଚିନ୍ତା ବଢ଼ିଯାଇଛି। ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ବଢ଼ିଚାଲିଛି। ଏହାକୁ ନିୟନ୍ତ୍ରଣ ପାଇଁ କେବଳ ଏକାନ୍ତବାସ ଆଉ ସାମାଜିକ ଦୂରତ୍ଵ ହିଁ ଏକମାତ୍ର ମାର୍ଗ। ୨୧ ଦିନ ପର୍ଯ୍ୟନ୍ତ ଘରେ ସମସ୍ତେ ରହିଲେ ଏକ ବିରାଟ ପରିବର୍ତ୍ତନ ଘଟିବ। ଭାଇରସ୍‌ ଚେନ୍‌ ଭାଙ୍ଗିବ ଓ ନିୟନ୍ତ୍ରଣ ହୋଇପାରିବ ବୋଲି ଆଶାବ୍ୟକ୍ତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ସନ୍ଧ୍ୟାରେ ଦେଶବାସୀଙ୍କୁ ଜରୁରୀ ସମ୍ବୋଧନ ଦେଇଥିଲେ। ଏଥିସହ ଦେଶବାସୀଙ୍କୁ ଘରୁ ନବାହାରିବାକୁ ଅନୁରୋଧ କରିଥିଲେ। ତଥାପି ଆଜି ଅନେକ ସ୍ଥାନରେ ଲକ୍‌ଡାଉନ୍‌କୁ ନିୟମକୁ ଉଲ୍ଲଂଘନ କରାଯାଇଥିବା ଖବର ରହିଛି। ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦୀ ପୁଣିଥରେ ଉଦହାରଣ ମାଧ୍ୟମରେ ସାମାଜିକ ଦୂରତ୍ଵ କଣ- ତାହାର ସଂକେତ ଦେଶବାସୀଙ୍କ ପାଇଁ ବୁଝାଇଛନ୍ତି।

ଆଜି ସକାଳେ ପ୍ରଧାନମନ୍ତ୍ରୀଙ୍କ ୭ ଲୋକ କଲ୍ୟାଣ ମାର୍ଗରେ ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‌ ବୈଠକରେ ମଧ୍ୟ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯାଇଥିଲା। ବୈଠକରେ ଉପସ୍ଥିତ ମନ୍ତ୍ରୀମାନେ ପରସ୍ପରଠାରୁ ପ୍ରାୟ ୧ ମିଟର ଦୂରରେ ବସିଥିଲେ। ଏଥିପାଇଁ ସ୍ୱତନ୍ତ୍ର ଭାବେ ଚେୟାର ମଧ୍ୟ ରଖାଯାଇଥିଲା। ମୋଦି ମଧ୍ୟ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେଇ ମନ୍ତ୍ରୀମାନଙ୍କଠାରୁ ଗୋଟିଏ ମିଟିର ଦୂରରେ ବସିଥିଲେ। ୨୧ ଦିନର ଲକ୍‌ଡାଉନ୍‌ ଘୋଷଣା ପରେ ମୋଦୀଙ୍କ ଅଧ୍ୟକ୍ଷତାରେ ଏହା ଥିଲା ପ୍ରଥମ କ୍ୟାବିନେଟ ବୈଠକ। ଏଥିରେ ସମସ୍ତ ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେଇଥିବାବେଳେ ତା’ର ଫଟୋ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଟ୍ୱିଟ କରିଛନ୍ତି।

Leave a Reply

Your email address will not be published.