କୋରାପୁଟରେ ମୋଦି: ବିଜେଡି ସରକାରଙ୍କୁ ଅଣ ସମ୍ବେଦନଶୀଳ କହିଲେ
ଭୁବନେଶ୍ଵର, (ଓଟି)। ଦୀର୍ଘଦିନ ଧରି ଓଡ଼ିଶାରେ ଶାସନ ଚଳାଇଥିବା ବିଜେଡି ନେତୃତ୍ଵାଧୀନ ସରକାରଙ୍କୁ ସମ୍ବେଦନହୀନ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଆପଣଙ୍କ ଏହି ଚୌକିଦାର ଦେଶ ଓ ରାଜ୍ୟକୁ ବିକାଶ ରାସ୍ତାରେ ନେବ ବୋଲି କହିବା ସହ ଏ ସରକାରଙ୍କୁ ଝଟକା ଦେବାକୁ ସେ ନିବେଦନ କରିଛନ୍ତି। କୋରାପୁଟର ଜୟପୁରଠାରେ ଆୟୋଜିତ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେଇ ମୋଦି ପୂର୍ବ ଭାରତରେ ବିଜେପିର ପ୍ରଚାର ଅଭିଯାନକୁ ଆରମ୍ଭ କରିଛନ୍ତି।
ଆୟୁଷ୍ମାନ ଯୋଜନାକୁ ଲାଗୁ କରାଯାଇ ନଥିବା ଦୃଷ୍ଟିରୁ ସମାଲୋଚନା କରିଛନ୍ତି ମୋଦି। ଦେଶର ୧୭ ଲକ୍ଷ ଜନତା ଏହାର ଫଶଇଦା ପାଇଥିଲେ ମଧ୍ୟ ଏଠାର ଜଣେ ହେଲେ ଲୋକ ଏହାର ଫାଇଦା ପାଇପାରି ନାହାନ୍ତି।

ଓଡ଼ିଶାର କୃଷକଙ୍କ ଆଗରେ ଏଠାର ସରକାର କାନ୍ଥ ଭଳି ଠିଆ ହୋଇଛନ୍ତି। କୃଷକଙ୍କ ନାଁ ବି ଦେବାକୁ ଚାହୁଁ ନାହାନ୍ତି। ଏଠାରେ ଜାଲି ଲୋକଙ୍କୁ କୃଷକ ନାଁରେ ସହାୟତା ଦେବାର ଷଡ଼ଯନ୍ତ୍ର ଚାଲିଥିବା ମିଡିଆରେ ଆଲୋଚନା ଚାଲିଥିବା କହିଛନ୍ତି ମୋଦି।

ଜିଲ୍ଲା ଖଣିଜ ପାଣ୍ଠିରେ ସଢ଼େ୬ ହଜାର କୋଟି ଟଙ୍କା ରହିଛି। କିନ୍ତୁ ଏଠାର ସରକାର ଗରିବ ଆଦିବାସୀଙ୍କ ସହାୟତା ପାଇଁ ମାତ୍ର ୧ ହଜାର କୋଟି ଟଙ୍କା ଖଚର୍ର୍ କରିପାରିଛନ୍ତି। ସାଢ଼ ୫ ହଜାର କୋଟି ଟଙ୍କା ସଢ଼ୁଛି। ଏହି ଟଙ୍କା ସଢ଼ିବା ଉଚିତ ନା ଲୋକଙ୍କ ହିତରେ ଯିବା ଉଚିତ ବୋଲି ପ୍ରଶ୍ନ ପଚାରିଛନ୍ତି ମୋଦି।
ମୋର ବିଶ୍ଵାସ ଯେ, ଆସନ୍ତା ବିଧାନସଭା ନିର୍ବାଚନରେ ଆପଣ ଏହା ବୁଝିବେ।
ସେମାନଙ୍କୁ ଲାଗୁଛି ଲୋକ ତାଙ୍କ ପକେଟରେ ଅଛନ୍ତି। ଯେପର୍ଯ୍ୟନ୍ତି ଝଟକା ନପାଇଛନ୍ତି ସେମାନେ ଏହା ବୁଝିବେ ନାହିଁ। କେନ୍ଦ୍ର ଓ ରାଜ୍ୟରେ ଡବଲ ଇଞ୍ଜିନ୍ ବାଲା ସରକାର ଦରକାର। ଏହାଦ୍ଵାରା ଦେଶ ବିକାଶ ପଥରେ ଚାଲିବା ସହ ରାଜ୍ୟ ଆଗକୁ ବଢ଼ିବ। ଜଗନ୍ନାଥଙ୍କ ଆଶୀର୍ବାଦରେ ଏହା ସମ୍ଭବ ହେବ ବୋଲି କହିଛନ୍ତି ମୋଦି।
କମଳାଙ୍କ ଆର୍ଶିବାଦ ମିଳିଲେ କମଳକୁ କିଏ ହରାଇବ?
ଜୈବ ସାରରେ ଚାଷ କରିବାକୁ ପ୍ରୋତ୍ସାହନ ଦେଇ ପଦ୍ମଶ୍ରୀ ପୁରସ୍କାର ପାଇଥିବା କମଳା ପୂଜାରୀଙ୍କ ସହିତ ମୋଦି ସାକ୍ଷାତ କରିଥିଲେ। ଏହାପରେ ମୋଦି କହିଥିଲେ ‘ମା କମଳାଙ୍କୁ ପଦ୍ମ ପୁରସ୍କାର ମିଳିବା ପରେ କୋରାପୁଟ ଓ ଓଡ଼ିଶାର ଆଦିବାସୀ ପରିବାରଙ୍କୁ ବଧେଇ ଜଣାଉଛି। ମା କମଳା ମଞ୍ଚ ୁପରକୁ ଆସି ମୋତେ ଆର୍ଶିବାଦ କରିଛନ୍ତି। କମଳାଙ୍କ ଆର୍ଶିବାଦ ଯେତେବେଳେ କମଳକୁ ମିଳିଯାଇଛି ଏହାର ବିୟକୁ କିଏ ଅଟକାଇ ପାରିବ।’