ବାଲେଶ୍ୱର-ହଳଦିଆ-ଦୁର୍ଗାପୁର ଏଲ୍‌ପିଜି ଗ୍ୟାସ୍ ପାଇପ ଲାଇନ ଲୋକାର୍ପିତ

ଇଣ୍ଡିଆନ୍ ଅଏଲ୍ କର୍ପୋରେସନ ଦ୍ୱାରା ନିର୍ମିିତ ପାରାଦୀପ-ହଳଦିଆ-ଦୁର୍ଗାପୁର ଏଲ୍‌ପିଜି ଗ୍ୟାସ୍ ପାଇପ ଲାଇନର ବାଲେଶ୍ୱର-ହଳଦିଆ-ଦୁର୍ଗାପୁର ଅଂଶକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପିିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ପ୍ରଧାନମନ୍ତ୍ରୀ ଏହି ଲୋକାର୍ପଣ ଅବସରରେ କହିଛନ୍ତି ଯେ, ପାରାଦୀପ-ହଳଦିଆ-ଦୁର୍ଗାପୁର
ଏଲ୍‌ପିଜି ଗ୍ୟାସ୍ ପାଇପଲାଇନର ଏହି ବାଲେଶ୍ୱର-ହଳଦିଆ-ଦୁର୍ଗାପୁର ଅଂଶ ଦୁଇ ରାଜ୍ୟର ୮ଟି ଜିଲାରେ ଲକ୍ଷ ଲକ୍ଷ ପରିବାରକୁ ନିରନ୍ତର ଗ୍ୟାସ ଯୋଗାଇବା ସହ ଅନେକ ରୋଜଗାର ସୃଷ୍ଟି କରିବ । ରାଜ୍ୟରେ ଭିତ୍ତିଭୂମିର ବିକାଶ, ମାନବଜୀବନରେ ସ୍ଥାୟୀ ପରିବର୍ତ୍ତନ ହେଉଛି ବିକାଶର ପରିଭାଷା । ଏହି ନିରନ୍ତର ବିକାଶ ହେତୁ ଲୋକମାନେ ସର୍ବଦା ଉପକୃତ ହୋଇପାରିବେ । 

୧୫୭ କିମି ବିଶିଷ୍ଟ ପାରାଦୀପ-ବାଲେଶ୍ୱର ଅଂଶ୨୦୧୮ ଏପ୍ରିଲ ମାସରେ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ ହୋଇସାରିଥିବାବେଳେ ୫୧୩ କିମି ବିଶିଷ୍ଟ ବାଲେଶ୍ୱର-ହଳଦିଆ-ଦୁର୍ଗାପୁର ସ୍ପର ପାଇପଲାଇନ, ହଳଦିଆଠାରେ ସଂରକ୍ଷଣ ସୁବିଧା କେନ୍ଦ୍ର ମଧ୍ୟ ଏହି ନିକଟରେ ସମ୍ପୂର୍ଣ୍ଣ ହୋଇଛିା 

୧୩୩୦ କୋଟି ଟଙ୍କା ବ୍ୟୟ ଅଟକଳରେ ୬୭୦ କିମି ବିଶିଷ୍ଟ ଏହି ପାଇପଲାଇନ ଓଡ଼ିଶା ଏବଂ ପଶ୍ଚିମବଙ୍ଗର ପ୍ରତ୍ୟେକ ୪ଟି ଲେଖାଏଁ ଜିଲାର ଲକ୍ଷ ଲକ୍ଷ ଲୋକଙ୍କୁ ନିରବଚ୍ଛିନ୍ନ ରନ୍ଧନ ଗ୍ୟାସ ଯୋଗାଇବ । ଏହି ପାଇପଲାଇନ ପାରାଦ୍ୱୀପ ରିଫାଇନାରୀରୁ ଆରମ୍ଭ ହୋଇ ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଜିଲା ମଧ୍ୟ ଦେଇ ୨୪୦ କିମି ଅତିକ୍ରମ କରିଛି । ସେହିପରି ପଶ୍ଚିମବଙ୍ଗରେ ଏହା ୪୩୦ କିମି ଅତିକ୍ରମକରି ପୂର୍ବ ମେଦିନାପୁର, ବର୍ଦ୍ଦମାନ, ହୁଗ୍ଲି ଏବଂ ହାୱାଡ଼ା ମଧ୍ୟ ଦେଇ ଗତିକରୁଛି । ଏଥି ସହିତ ଏହି ମାର୍ଗରେ ଥିବା ବଟ୍ଲିଂ ପ୍ଲାଣ୍ଟ ପାଇଁ ଏଲ୍ପିଜି ଯୋଗାଣରେ ସହାୟକ ହେବ । 

ଏଥିସହିତ ପ୍ରଧାନମନ୍ତ୍ରୀ ଟାଟାନଗର-ବାଦାମପାହାଡ ରେଳଗାଡିର ଶୁଭାରମ୍ଭ, ରାଜ୍ୟର ୬ଟି ଡାକଘରେ ପାସ୍‌ପୋର୍ଟ ସେବା ଆରମ୍ଭ, ବାଲେଶ୍ୱର ସ୍ଥିତ ମଲ୍‍ଟି ମୋଡାଲ ଲଜିଷ୍ଟିକ ପାର୍କର ଲୋକାର୍ପଣ କରିଥିଲେ । ସେହିଭଳି ତିନିଟି ଜାତୀୟ ରାଜପଥ କାର୍ଯ୍ୟର ଶିଳାନ୍ୟାସ ଏବଂ ହରିପୁରଗଡ ସ୍ଥିତ ପ୍ରାଚୀର ଦୁର୍ଗ ଏବଂ ମୟୁରଭଞ୍ଜ ରସିକରାୟ ମନ୍ଦିରର ପୁନରୁଦ୍ଧାର କାର୍ଯ୍ୟର ଉଦ୍‍ଘାଟନ କରିଥିଲେ । ଚିଲିକିଦରା-ସଗଡପଟା ଏବଂ ନରଣପୁର-ବସନ୍ତପୁର ରେଳ ଲାଇନ୍‍ର ଦୋହରୀକରଣ କାର୍ଯ୍ୟର ଲୋକାର୍ପଣ ବି ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ହୋଇଥିଲା।

Leave a Reply

Your email address will not be published.