‘ଆତ୍ମ ନିର୍ଭରଶୀଳ ଭାରତ’ ପାଇଁ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍‌ ଘୋଷଣା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ପ୍ରଧାନମନ୍ତ୍ରୀ ମୋଦି ଆଜି  ସ୍ଵତନ୍ତ୍ର ଅର୍ଥନୀତିକ ପ୍ୟାକେଜ୍‌ ଘୋଷଣା କରିଛନ୍ତି। ଏହା ଆତ୍ମ ନିର୍ଭରଶୀଳ ଭାରତ ଅଭିଯାନ ପାଇଁ ଅତ୍ୟନ୍ତ ଗୁରୁତ୍ଵପୁଣ୍ଣ ରହିବ। ନିକଟରେ କରୋନା ସଙ୍କଟକୁ ମୁକାବିଲା କରିବା ପାଇଁ ରିଜର୍ଭ ବ୍ୟାଙ୍କ ଘୋଷଣା କରିଥିଲା। ଆଜି ଯେଉଁ ଆର୍ଥିକ ପ୍ୟାକେଜ୍‌ ଘୋଷଣା କରାଯାଉଛି ତାହା  ପୂର୍ବ ପ୍ୟାକେଜ୍‌କୁ ଅନ୍ତର୍ଭୁକ୍ତ କରିଛି। ସମୁଦାୟ କରୋନା ମୁକାବିଲା ପ୍ୟାକେଜ୍‌ର ମୂଲ୍ୟ ହେଉଛି ୨୦ ଲକ୍ଷ କୋଟି ଟଙ୍କା‌। ଏହା ଜିଡିପିର ୧୦ ପ୍ରତିଶତ। ଦେଶର ଅର୍ଥନୀତିକୁ ପୁଣିଥରେ ଠିକଣା ରାସ୍ତାକୁ ଆଣିବା ଲାଗି ଏହି ପ୍ୟାକେଜ୍‌ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ ଆଶା କରିଛନ୍ତି।

ଏଥିରେ କୁଟୀର, କ୍ଷୁଦ୍ର, ଅଣୁ ଶୀଳ୍ପ ପାଇଁ ଉପଯୋଗୀ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆସନ୍ତା କାଲିଠାରୁ ଅର୍ଥମନ୍ତ୍ରୀ ଏହି ପ୍ୟାକେଜ୍‌ର ଅଂଶ ବିଶେଷ ଘୋଷଣା କରିବେ ବୋଲି  ପ୍ରଧାନମନ୍ତ୍ରୀ କହିଛନ୍ତି।

ଦେଶର ଅର୍ଥନୀତି ସୁଧାର ପାଇଁ ଏହା ଉଦ୍ଦିଷ୍ଟ ହେବ। ବ୍ୟବସାୟକୁ ପ୍ରୋତ୍ସାହିତ କରିବ। ନିବେଶକୁ ଆକୃଷ୍ଟ କରିବ ଏବଂ ମେକ୍‌ ଇନ୍‌ ଇଣ୍ଡିଆକୁ ସଶକ୍ତ କରିବ ବୋଲି ମୋଦି କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ସମୟ ଆବଶ୍ୟକ କରୁଛି ଭାରତ ସବୁଠାରୁ ଆଗକୁ ଆସୁ। ଏହି ଆର୍ଥିକ ପ୍ୟାକେଜ୍‌ରେ ଅନେକ ପ୍ରାବଧାନ କରାଯାଇଛି। ଏହା ଭାରତକୁ ବିଶ୍ଵର ପ୍ରଗତୀରେ ଏକ ନୂତନ ଭୂମିକା ନେବାରେ ସହାୟକ ହେବ।  ଏହି ପ୍ୟାକେଜ୍‌ରେ ଭାରତର ସବୁ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ପାଇଁ ଧ୍ୟାନ ଦିଆଯାଇଛି।

ଗରିବ ହେଉ, ଶ୍ରମିକ ହେଉ, ପ୍ରବାସୀ ହେଉ କୃଷକ ହେଉ ବା ଉଦ୍ୟୋଗୀ ସମସ୍ତଙ୍କ ପାଇଁ ଏହି ଆର୍ଥିକ ପ୍ୟାକେଜ୍‌ରେ ବ୍ୟବସ୍ଥା ରହିଛି ବୋଲି ମୋଦି କହିଛନ୍ତି।

ସ୍ଥାନୀୟ ବଜାର ଓ ଉତ୍ପାଦକୁ ଗୁରୁତ୍ଵ

ସ୍ଥାନୀୟ ପ୍ରସ୍ତୁତି, ବଜାର ଏବଂ ଯୋଗାଣ ଶୃଙ୍ଖଳ ବାବଦରେ ଏହି କରୋନା ଆମକୁ ଶିଖାଇଛି। ସଙ୍କଟ ସମୟରେ ସ୍ଥାନୀୟ ବଜାର ଓ ପ୍ରସ୍ତୁତି ହିଁ ଆମ ଚାହିଦା ପୂରଣ କରିଛି ଆମକୁ ବଞ୍ଚାଇଛି ବୋଲି ଶ୍ରୀ ମୋଦି କହିଛନ୍ତି। ସମୟ ଆମକୁ ଶିଖାଇଛି ଯେ, ଆମକୁ ସ୍ଥାନୀୟ କ୍ଷେତ୍ରକୁ ହିଁ ଜୀବନର ମନ୍ତ୍ର ଭାବେ ଆପଣାଇବାକୁ ହେବ।

କୌଣସି ଉତ୍ପାଦ ଯାହାକୁ ବ୍ରାଣ୍ଡେଡ୍‌ ବୋଲି କହୁଛନ୍ତି ତାହା ଦିନେ ଲୋକାଲ୍‌ରୁ ଆରମ୍ଭ ହୋଇଥିଲା। ଏଣୁ ଲୋକାଲ୍‌ ପାଇଁ ଭୋକାଲ୍‌ ହେବାକୁ ହେବ। ଖାଲି ଲୋକାଲ୍‌ ଉତ୍ପାଦ କିଣିଲେ ହେବନି ଏହାର ପ୍ରଚାର କରିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆମ ଦେଶରେ ଏହା ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।

ମୁଁ ଗର୍ବର ସହ ଏହା ଅନୁଭବ କରୁଛି, ଯେତେବେଳେ ମୁଁ ଦେଶବାସୀଙ୍କୁ ଖଦୀ କିଣିବାକୁ କହିଥିଲି, ଆପଣ ଦେଖନ୍ତୁ ଏହି କମ୍‌ ସମୟ ଭିତରେ ଆପଣ ଖଦୀ ଓ ହସ୍ତତନ୍ତ ଉଭୟର ବିକ୍ରି ଓ ଚାହିଦାକୁ ବଡ଼ ବ୍ରାଣ୍ଡରେ ଆପଣ ପରିଣତ କରିଛନ୍ତି। ଏହା ରେକର୍ଡ଼ ବିକ୍ରି କରିଛି।

ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ଅଭିଭାଷଣ ସମୟରେ କହିଛନ୍ତି,  ଲକ୍‌ଡାଉନ୍‌ ଏକ ସଙ୍କେତ ନେଇ ଆସିଛି ଏବଂ ଭାରତରେ ନୁଆ ଆଶା ସଂଚାର ହୋଇଛି।’

ଯେତେବେଳେ କରୋନା ସଙ୍କଟ ଆରମ୍ଭ ହେଲା ସେତେବେଳେ ଭାରତରେ ପିପିଇ ଏବଂ ଏନ୍‌୯୫ ମାସ୍କ ଉତ୍ପାଦନ ହେଉ ନଥିଲା ବା ସ୍ଵଳ୍ପ ଉତ୍ପାଦନ ହେଉ ନଥିଲା।  ଆଜି ସାରା ଭାରତରେ ପ୍ରତିଦିନ ୨ ଲକ୍ଷ ପିପିଇ ଏବଂ ମାସ୍କ ତିଆରି କରୁଛନ୍ତି। ଏଯେହେତୁ ଭାରତ ବିପତ୍ତିକୁ ସୁଯୋଗ ଭାବେ ଗ୍ରହଣ କଲା କେବଳ ସେଥିପାଇଁ ଏହା ସମ୍ଭବ ହୋଇଛି ବୋଲି ମୋଦି କହିଛନ୍ତି।

ଆଜି ବିଶ୍ଵରେ ଆତ୍ମ ନିର୍ଭରଶୀଳ ହେବାର ଅର୍ଥ ବଦଳି ଯାଇଛି।  ଅର୍ଥକେନ୍ଦ୍ରୀକ ବିଶ୍ଵୀକରଣ ବନାମ ମାନବ କେନ୍ଦ୍ରିକ ବିଶ୍ଵକରଣ ହୋଇଛି। ଏଭିତରେ ଭାରତରେ ନୂଆ ଆଶା  ସୃଷ୍ଟି ହୋଇଛି।

ସର୍ବଦା ଭାରତର ପ୍ରଗତୀରେ ବିଶ୍ଵର ପ୍ରଗତୀରେ ଦୃଷ୍ଟାନ୍ତମୂଳକ ଉଦାହରଣ ଦେଇଛି। ଯେତେବେଳେ ଭାରତ ଖୋଲାରେ ଶୌଚରୁ ମୁକୁଳୁଛି  ସତେବେଳେ ଦେଶର ଛବି ବଦଳୁଛି। ଟିବି, ପୋଲିଓ, ବସନ୍ତରେ ଭାରତର ଅଭିଯାନ ଦୁନିଆ ଉପରେ ପଡ଼ିଛି।

ଆନ୍ତର୍ଜାତୀୟ ଯୋଗ ଦିବସ,  ଆନ୍ତର୍ଜାତୀୟ ସୋଲାର ଆଲିଆନ୍ସ ଗୋଟିଏ ଗୋଟିଏ ଉଦାହରଣ ସୃଷ୍ଟି କରିଛି। ଯେତେବେଳେ ବିଶ୍ଵ ମୃତ୍ୟ ଓ ଜୀବନ ସହ ଲଢ଼ୁଛି ସେତେବେଳେ ଭାରତର ଔଷଧ ଆଶା ସଂଚାର କରିଛି। ଏଥିଲାଗି ସାରା ବିଶ୍ଵ ପ୍ରଶଂସା କରୁଛି। ଆଶା ସୃଷ୍ଟି କରିଛି।

ଆଗକୁ ମାନବ ଜାତିର କଲ୍ୟାଣ ପାଇଁ ଭାରତ ଅନେକ କିଛି କରିପାରିବ। କିନ୍ତୁ କେମିତି?

ଏହାର ଉତ୍ତର ହେଉଛି ଆତ୍ମ ନିର୍ଭରଶୀଳ ଭାରତର ସଙ୍କଳ୍ପ। ଯେତେବେଳେ ଭାରତ ସମୃଦ୍ଧ ଥିଲା ସେତେବେଳେବିଶ୍ଵ କଲ୍ୟାଣରେ ଲାଗିଛି। ସମୟ ବଦଳିଲା। ଦେଶ ଗୋଲାମୀକୁ ସ୍ଵୀକାର କଲା । ସେଥିରୁ ମୁକୁଳି  ଭାରତ ପୁଣିଥରେ ବିକଶିତ  ରାସ୍ତାରେ ଚାଲିଛି।

ଆଜି ଆମ ପାଖରେ ସମ୍ବଳ, ସାଧନ, ପ୍ରତିଭା ରହିଛି। ଆମେ ସର୍ବୋତ୍ତମ ଉତ୍ପାଦ ତିଆରି କରିବା, ଯୋଗାଣ ଶୃଙ୍ଖଳକୁ ଅତ୍ୟାଧୁନିକ କରିବା। ଆମେ ନିଶ୍ଚିତ କରିବୁ। ମୁଁ ମୋ ଆଖି ସାମ୍ନାରେ କଚ୍ଛ ବିପତ୍ତି ଦେଖିଛି ଓ ତାହା ପୁଣିଥରେ ନିଜ ଗୋଡ଼ରେ ଠିଆ ହେବା ଦେଖିଛି।

ଆଜି ପୁଣିଥରେ ସେ ସୁଯୋଗ ଭାରତରେ ସୃଷ୍ଟି ହୋଇଛି। ଭାରତକୁ ଆତ୍ମ ନିର୍ଭରଶୀଳ କରିବାର ଶକ୍ତି ଆଜି ଏକାଠି ହୋଇଛି। ଆମର ଶକ୍ତି ୫ଟି ଉପାଦାନ ଉପରେ ଆଧାରିତ। ପ୍ରଥମଟି ହେଉଛି ଆମର ଅର୍ଥନୀତି। ଦ୍ଵିତୀୟରେ ଭିତ୍ତିଭୂମି। ତୃତୀୟରେ ଆମର ବ୍ୟବସ୍ଥା। ଆମେ ଏକବିଶଂ ଶତାବ୍ଦୀକୁ ସାକାର କରିବାକୁ ଟେକ୍ନୋଲୋଜିରେ ପରିଚାଳିତ। ଚତୁର୍ଥରେ ଆମର ଜନସଂଖ୍ୟା। ଏବଂ ପଞ୍ଚମେ ହେଉଛି ଚାହିଦା। ଆମ ଅର୍ଥନୀତି, ଯୋଗା,  ଉତ୍ପାଦନର ଯେଉଁ ଶକ୍ତି ରହିଛି ତାହାର ସର୍ବାତ୍ତମ ବିକାଶ ଜରୁରୀ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Leave a Reply

Your email address will not be published. Required fields are marked *