ପିଏମ କିଷାନ ନିଧୀ ଯୋଜନା ଆରମ୍ଭ: ଉପକୃତ ହେବେ ୧୨କୋଟି କୃଷକ

ଉତ୍ତର ପ୍ରଦେଶର ଗୋରଖପୁରଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷକମାନଙ୍କ ହିତ ଲାଗି ଆଜି ଆନୁଷ୍ଠାନିକ ଭାବେ ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’(ପିଏମ୍‌କିଷାନ୍‌) ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ପ୍ରାୟ ୧୨କୋଟି କୃଷକ ଉପକୃତ ହେବେ। ଏହାସହ ପ୍ରଥମ କିସ୍ତୀରେ କୃଷକଙ୍କ ବ୍ୟାଙ୍କ ଏକାଉଣ୍ଟକୁ ୨ହଜାର ଟଙ୍କା ପ୍ରଦାନ କରିବେ କେନ୍ଦ୍ର ସରକାର । ଏହି ଯୋଜନାରେ କୃଷକମାନଙ୍କୁ ବାର୍ଷିକ ୬ ହଜାର ଲେଖାଏଁ ଟଙ୍କା ତିନିଟି କିସ୍ତିରେ ମିଳିବ।

କୃଷକ ଆୟ ଯୋଜନା ଆରମ୍ଭ କରିବା ପରେ ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ଜରିଆରେ ପ୍ରଧାନମନ୍ତ୍ରୀ ମୋଦି ଦେଶବ୍ୟାପୀ କୃଷକମାନଙ୍କ ସହ କଥାବାର୍ତ୍ତା କରିଛନ୍ତି। ଏହାକୁ ଐତିହାସିକ ଦିବସ କହି, ମୋଦି ଟୁଇଟ୍‌କରି କହିଛନ୍ତି ଯେ ପିଏମ୍‌କିଷାନ ଯୋଜନା ଆମ ଦେଶବାସୀଙ୍କୁ ଖୁଆଉ ଥିବା ଭାରତର କୋଟି କୋଟି କଠିନ ପରିଶ୍ରମୀ କୃଷକମାନଙ୍କ ଆକାଂକ୍ଷାକୁ ଉତ୍ସାହ ଦେବ।

ମୋଦି କହିଛନ୍ତି, ଯୋଜନାର ଶୁଭାରମ୍ଭ ଦୁଇଟି ଜିନିଷ ପ୍ରକାଶ କରୁଛି। କୃଷକ କଲ୍ୟାଣ ଲାଗି ଏନ୍‌ଡିଏର ଦୃଢ଼ ପ୍ରତିବଦ୍ଧତା ଓ ଦ୍ରୁତ ନିଷ୍ପତ୍ତି ଗ୍ରହଣ। ଫେବ୍ରୁଆରି ୧ରେ ଘୋଷିତ ଏହି ଯୋଜନା ଫେବ୍ରୁଆରି ୨୪ରେ ଆରମ୍ଭ କରାଯାଉଛି। ଦୁଇ ହେକ୍ର୍ଟଯାଏଁ ଜମି ଥିବା ୧୨ କୋଟିରୁ ଅଧିକ କୃଷକ ଏହି ଯୋଜନାରୁ ସୁଫଳ ପାଇବେ ବୋଲି ଆଶା କରାଯାଉଛି। ଏଥିରେ ବାର୍ଷିକ ୭୫, ୦୦୦ କୋଟି ଟଙ୍କା ବ୍ୟୟ କରାଯିବ। ରବିବାର ଦିନ ପ୍ରାୟ ୧ କୋଟି କୃଷକ ୨୦୦୦ ଟଙ୍କାର ପ୍ରଥମ କିସ୍ତି ପାଇବେ। ଅର୍ଥ ସିଧାସଳଖ ହିତାଧିକାରୀଙ୍କ ଜମାଖାତାକୁ ସ୍ଥାନାନ୍ତର ହେବ।

ମୋଦି କହିଛନ୍ତି କି, କିଛି ରାଜ୍ୟରେ ଏପରି ସରକାର ଅଛନ୍ତି ଯେଉଁମାନଙ୍କ ନିଦ ଭାଙ୍ଗି ନାହିଁ। ଏହି ରାଜ୍ୟମାନେ କୃଷକଙ୍କ ସହ ଅନ୍ୟାୟ କରିବା ଅନୁଚିତ । ରାଜ୍ୟ ସହଯୋଗ ନ କଲେ ଏହାର ଜବାବ ଚାଷୀମାନେ ଦେବେ।  ଏହି ଯୋଜନା ଆରମ୍ଭ ହେବା ପରେ ବିରୋଧୀଙ୍କ ଚେହେରା ମଳୀନ ପଡିଯାଇଛି। ଯେଉଁ ରାଜ୍ୟମାନେ କୃଷଙ୍କ ତାଲିକା ଦେଇଛନ୍ତି
ମୋଦି ସେମାନଙ୍କୁ ପ୍ରଶଂସା କରିଛନ୍ତି । ଏହାସହ ପ୍ରଧାନମନ୍ତ୍ରୀ କୃଷକ ନିଧୀ ସମ୍ମାନ ଯୋଜନାକୁ ମୋଦି କୃଷକଙ୍କ ଚରଣରେ ଅର୍ପିତ କରିଛନ୍ତି। 

Leave a Reply

Your email address will not be published.