ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ କରୋନା ନେଗେଟିଭ୍
ପାକିସ୍ତାନ ପ୍ରଧାନମନ୍ତ୍ରୀଇମ୍ରାନ୍ ଖାଁଙ୍କୁ ଆଶ୍ଵସ୍ତି ମିଳିଛି। ସାର୍ସ କରୋନା ଭାଇରସ୍-୨ ( ନୋଭେଲ୍ କରୋନା) ଭୁତାଣୁ ସଂକ୍ରମଣ ନେଇ ଯେଉଁ ଆଶଙ୍କା ଥିଲା ତାହା ଟଳି ଯାଇଛି। କାରଣ ସେ କରୋନା ଭୁତାଣୁ ସଂକ୍ରମଣରେ ଆସି ନାହାନ୍ତି ବୋଲି ଟେଷ୍ଟ ପରେ ଜଣାପଡ଼ିଛି। ପାକିସ୍ତାନ ସ୍ଵାସ୍ଥ୍ୟମନ୍ତ୍ରୀ ମିରଜା ଜାଫର ସୂଚନା ଦେଇଛନ୍ତି। ତଥାପି ପ୍ରଧାନମନ୍ତ୍ରୀ ଇମ୍ରାନ୍ଙ୍କୁ ଏକାନ୍ତବାସରେ ରହିବାକୁ ପରାମର୍ଶ ଦିଆଯାଇଛି।
ଇମ୍ରାନ୍ ଏପ୍ରିଲ୍ ୧୫ ତାରିଖ ଦିନ ଏଧୀ ଫାଉଣ୍ଡେସନ୍ ମୁଖ୍ୟ ଅବ୍ଦୁଲ୍ ସତ୍ତର ଏଧୀଙ୍କ ପୁଅ ଫୈଜଲ୍ଙ୍କ ସଂସ୍ପର୍ଶରେ ଆସିଥିଲେ। ପରବର୍ତ୍ତୀ ସମୟରେ ଫୈଜଲ୍ କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିଥିଲା। ଏହାପରେ ପ୍ରଧାନମନ୍ତ୍ରୀ କରୋନା ଭୁତାଣୁ ସଂକ୍ରମିତ ହୋଇଥାଇପାରନ୍ତି ବୋଲି ଆଶଙ୍କା ଉପୁଜିଥିଲା। ଏହାକୁ ଲକ୍ଷ୍ୟ କରି ସ୍ଵା୍ଥ୍ୟ ବିଭାଗ ପକ୍ଷରୁ ତାଙ୍କ ନମୁନା ପରୀକ୍ଷଣ ପାଇଁ ପଠାଯାଇଥିଲ।
ନମୁନାକୁ ପଲିମରେଜ୍ ଚେନ୍ ରିଆକ୍ସନ ( ପିସିଆର୍) ପଦ୍ଧତ୍ତିରେ ପରୀକ୍ଷଣ କରାଯାଇଥିଲା। ଏହାପରେ ଭୁତାଣୁ ନେଗେଟିଭ୍ ବୋଲି ରିପୋର୍ଟ ଆସିଥିଲା।
ଏବେ ପାକିସ୍ତାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ପାର୍ କରିଛି। ୨୧୨ ଜଣଙ୍କ ମୃତ୍ୟୁ ଘଟିଛି। ବୁଧବାର ସୁଦ୍ଧ ୨୧୫୬ଜଣ ସୁସ୍ଥ ହୋଇଥିବା ଜଣାପଡ଼ିଛି।