ପ୍ରଥମଥର ପାଇଁ ‘ନାମ୍‌’ ବୈଠକରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ ମୋଦି;

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌) : ମାନବିକତା ଭାରତର ମନ୍ତ୍ର। ଯେତେବେଳ ବିଶ୍ଵ କୋଭିଡ୍‌ ସହ ସଂଘର୍ଷ କରୁଛି ସେତେବେଳେ ଭାରତ ମାନବିକତାର ହାତ ଅନ୍ୟ ସହଯୋଗୀ ରାଷ୍ଟ୍ରଙ୍କୁ ବଢ଼ାଇ ଚାଲିଛି। ପରିସ୍ଥିତି ଭାରତକୁ ବିଶ୍ଵର ଭରସା ଯୋଗ୍ୟ ସୁଲଭ ଫାର୍ମାସୀ ଭାବେ ପରିଣତ କରିଛି। ଏ ଭିତରେ ୫୯ ନାମ୍‌ ଦେଶ ସହ ୧୫୩ଟି ରାଷ୍ଟ୍ରଙ୍କୁ ଭାରତ ଆବଶ୍ୟକ ଔଷଧ ଏବଂ ମେଡିକାଲ୍‌  ଉପକରଣ ଯୋଗାଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ପ୍ରଧାନମନ୍ତ୍ରୀ ମୋଦି ସାମ୍ପ୍ରତିକ ପରିସ୍ଥିତିରେ କିପରି ମିଳିତ ଭାବେ କୋଭିଡ୍‌-୧୯ ସହ ମୁକାବିଲା କରାଯାଇପାରିବ ସେ ଉପରେ ଗୁରୁତ୍ଵାରୋପ କରିଛନ୍ତି। ଆନ୍ତର୍ଜାତୀୟ ସ୍ତରରେ ସଂଗଠନକୁ ମଜଭୁତ କରିବା, ବିଶ୍ଵୀକରଣ ଢାଞ୍ଚାରେ ପାରଦଶିର୍ର୍ତା ଆଣିବା ପାଇଁ ଗୁରୁତ୍ଵ ଦେଇଛନ୍ତିବ।

କୋଭିଡ୍‌-୧୯ ଆମକୁ ଅନେକ ଶିକ୍ଷା ଦେଇଛି। ଏହା ବର୍ତ୍ତମାନ ଯେଉଁ ଆନ୍ତର୍ଜାତୀୟ ଅନୁଷ୍ଠାନ ସବୁ ରହିଛି ତାହାର ସୀମା ଏବଂ ପ୍ରତିବନ୍ଧକକୁ ସ୍ପଷ୍ଟ କରିଛି।  ଆମେ ଏବେ ବିଶ୍ଵୀକରଣର ନୂଆ ଛାଞ୍ଚ ବା ଢାଞ୍ଚା ଆବଶ୍ୟକ କରୁଛୁ। ଏହି ଢାଞ୍ଚା ପାରଦର୍ଶିତା, ସମାନତା ଓ ମାନବିକତା ଉପରେ ଆଧାରିତ ହେବା ଦରକାର। ଏହି ମୁହୂର୍ତ୍ତରେ ଆମେ ଅଧିକ ପ୍ରତିନିଧି ସମ୍ବଳିତ ଆନ୍ତର୍ଜାତୀୟ ଅନୁଷ୍ଠାନ ଆବଶ୍ୟକ କରୁଛୁ।

– ନରେନ୍ଦ୍ର ମୋଦି, ପ୍ରଧାନମନ୍ତ୍ରୀ

ଭିଡିଓ ଜରିଆରେ  ‘ନାମ୍‌’ ଶୀଖର ବୈଠକକୁ ସମ୍ବୋଧିତ କରିବା ଅବସରରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିଛନ୍ତି। ୨୦୧୪ ମସିହାରୁ ପ୍ରଧାନମନ୍ତ୍ରୀ ହେବା ପରଠାରୁ ଏହା ହେଉଛି ମୋଦିଙ୍କର ପ୍ରଥମ ନାମ୍‌ ଶିଖର ବୈଠକରେ ଯୋଗାଦାନ।  ଏହି ବୈଠକରେ ସେ କହିଛନ୍ତି ଯେ, ବିଶ୍ଵ ଏବେ  କରୋନା ଭୁତାଣୁ ସହ ସଂଗ୍ରାମ କରୁଛି। କିନ୍ତୁ କିଛି ଦେଶ କରୋନା ଭୁତାଣୁଠୁ ବି ଭୟଙ୍କର ଭୁତାଣୁ ପାଳିଛନ୍ତି ଏବଂ ଅନ୍ୟ ଦେଶରେ ତାହାକୁ ପ୍ରବେଶ କରାଇବାକୁ ଚେଷ୍ଟା କରୁଛନ୍ତି। ଫେକ୍‌ ନ୍ୟୁଜ୍‌ ଓ ନିଜ ଇଚ୍ଛା ଅନୁସରରେ କିଛି ଭିଡିଓକୁ ତିଆରି କରି (ଡକ୍ଟରଡ୍‌ ଭିଡିଓ) ପ୍ରସାରଣ କରି ଦେଶ ଦେଶ ଭିତରେ ବିଭାଜନ ସୃଷ୍ଟି କରୁଛନ୍ତି ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *