ଭାରତ ଆସିବାକୁ ମାଲ୍ୟା କୁନ୍ଥକୁନ୍ଥ

ନୂଆଦିଲ୍ଲୀ(ଓଟି): କୋଟିକୋଟି ଟଙ୍କା ଋଣ ନେଇ ଭାରତରୁ ଖସି ପଳାଇଥିଲେ। ଦୀର୍ଘଦିନ ଧରି ସେନେଇ ଚାଲିଛି ତନାଘନା। ତେବେ ବିଦେଶରେ ରହି ଭାରତ ଆସିବାକୁ କୁନ୍ଥକୁନ୍ଥ ହେଉଛନ୍ତି ପଳାତକ ବିଜୟ ମାଲ୍ୟା। ଏକଦା ବ୍ୟବସାୟ କ୍ଷେତ୍ରରେ ଶୀର୍ଷକୁ ଛୁଇଁଥିବା ଓ ଭାରତରେ ଖୁବ୍‌ ନାଁ କରିଥିବା ବିଜୟ ମାଲ୍ୟା କେବେଠାରୁ ପଳାତକ ସାବ୍ୟସ୍ତ ହୋଇସାରିଛନ୍ତି। ଏଥିସହ ବିଭିନ୍ନ ବ୍ୟାଙ୍କରୁ ୯ହଜାର କୋଟିରୁ ଅଧିକ ଟଙ୍କା ରଣ ବୋଝ ରହିଛି। ସେ କିନ୍ତୁ ଖସି ବ୍ରିଟେନ ପଳାଇଥିଲେ। ସମ୍ପ୍ରତି ସେ ବ୍ୟାଙ୍କକୁ ଶତ ପ୍ରତିଶତ ଟଙ୍କା ଫେରେଇ ଦେବାକୁ ରାଜି ହୋଇଛନ୍ତି। ହେଲେ ଭାରତ ଆସିବେନି ବୋଲି ସ୍ପଷ୍ଟ କହୁଛନ୍ତି।

ମାଲ୍ୟାଙ୍କ କହିବା ହେଲା- ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କ ସହ ଯେଉଁଭଳି ଆଚରଣ ଦେଖାଉଛନ୍ତି ତାହା ଠିକ୍ ନୁହେଁ। ଲଣ୍ଡନର ରୟାଲ କୋର୍ଟ ଅଫ୍ ଜଷ୍ଟିସରେ ତିନି ଦିନ ଧରି ଚାଲିଥିବା ଶୁଣାଣିର ଅନ୍ତିମ ଦିନରେ ମାଲ୍ୟା ଏଭଳି କହିଛନ୍ତି। ଶୁଣାଣି ବେଳେ ଇଡି, ସିବିଆଇ ଓ ଭାରତୀୟ କମିଶନର ଉପସ୍ଥିତ ଥିବାବେଳେ ମାଲ୍ୟା ଆହୁରି କହିଥିଲେ ଯେ, ସେ ଟଙ୍କା ଦେଉନାହିଁ ବୋଲି ଇଡି ଏବଂ ବ୍ୟାଙ୍କ ଅଭିଯୋଗ କରିଛନ୍ତି; କିନ୍ତୁ ପିଏମଏଲଏ ଧାରାରେ ସେ କିଛି ଅପରାଧ କରିନାହାନ୍ତି। ସୂଚନାଯୋଗ୍ୟ ଯେ ଜଷ୍ଟିସ ଷ୍ଟିଫନ ଇରାଓ୍ୱିନ ଓ ଜଷ୍ଟିସ ଏଲିଜାବେଥ ଓ୍ୱିଙ୍ଗ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି।

Leave a Reply

Your email address will not be published. Required fields are marked *