‘ପ୍ଲାଷ୍ଟିକ୍‌ ବଦଳରେ ଆହାର’: ଅଧକିଲୋ ପ୍ଲାଷ୍ଟିକ୍‌ ଦେଲେ ଆହାର ମିଳିଲା ମାଗଣା

ଭୁବନେଶ୍ଵର, (ଓଟି): ଆରମ୍ଭ ହୋଇଛି ପ୍ଲାଷ୍ଟିକ୍‌ ବଦଳରେ ରନ୍ଧା ଖାଦ୍ୟ ଯୋଜନା। ଭୁବନେଶ୍ଵର, ମ୍ୟୁନିସିପାଲ୍‌ କର୍ପୋରେସନ୍‌ , ୟୁଏନ୍‌ଡିପି ଓ ଟଚ୍‌ଷ୍ଟୋନ୍‌ ଫାଉଣ୍ଡେସନ୍‌ ନାମକ ଏକ ବେସରକାରୀ ସଂସ୍ଥାର ସହାୟତାରେ ଏହି ଯୋଜନା ଆରମ୍ଭ ହୋଇଛି। ଏହି ଯୋଜନାରେ ଆହାର କେନ୍ଦ୍ରକୁ ଆସୁଥିବା ବ୍ୟକ୍ତି ଯଦି ଅଧାକିଲୋ ଓଜନର ପ୍ଲାଷ୍ଟିକ୍‌ ବର୍ଯ୍ୟ ଦାଖଲ କରିବେ ତେବେ ତାଙ୍କୁ ଗୋଟିଏ ମିଲ୍‌ ମାଗଣା ମିଳିବ। ଜଣେ ଦିନକୁ ଅତିବେଶୀରେ ଏକ କିଲୋ ଓଜନର ପ୍ଲାଷ୍ଟିକ୍‌ ଜମା ଦେଇପାରିବେ। 

ସୋମବାରଦିନ ଏହି ଯୋଜନାର ଆରମ୍ଭ ହୋଇଛି। ବିଏମ୍‌ସି କମିଶନର ପ୍ରେମ୍‌ଚନ୍ଦ୍ର ଚୌଧରୀ ଏହି ଯୋଜନାକୁ କଳ୍ପନା ଛକଠାରୁ ଆରମ୍ଭ କରାଯାଇଛି । ଆହାର କେନ୍ଦ୍ରରେ ଅପେକ୍ଷାରତ ଜଣେ ଆଗନ୍ତୁକଙ୍କ ହାତରେ ଏହି ଯୋଜନା ଆରମ୍ଭ କରାଯାଇଛି। ଏହି କେନ୍ଦ୍ରରେ ଟଚ୍‌ଷ୍ଟୋନ୍‌ ଫାଉଣ୍ଡେସନ୍‌ର ପ୍ରତିନିଧି ପ୍ଲାଷ୍ଟିକ୍‌ ସଂଗ୍ରହ ଦାୟିତ୍ଵ ନେଇଛନ୍ତି। ତାଙ୍କଠାରୁ ୟୁଏନ୍‌ଡିପି ବଯ୍ୟ ସଂଗ୍ରହ କରି ତାହାର ପ୍ରକ୍ରିୟାକରଣ କରିବେ ବୋଲି ଜଣାପଡ଼ିଛି। 

ଭୁବନେଶ୍ଵରରେ ଥିବା ସମସ୍ତ ୧୧ଟି ଆହାର କେନ୍ଦ୍ରରେ ଏହି ଯୋଜନା ଉପଲବ୍ଓ ହେବ। କ୍ୟାପିଟାଲ ହସ୍ପିଟାଲ ପରିସରରରେ ଥିବା ଆହାର କେନ୍ଦ୍ର, ସମ୍ ହସ୍ପିଟାଲ ପାଖ , କଳିଙ୍ଗ ହସ୍ପିଟାଲ ପାଖ, ନୂଆପଲ୍ଲୀ, ରସୁଲଗଡ, ଏମସ୍ ପାଖରେ ଦୁଇଟି ଆହାର କେନ୍ଦ୍ର, ମାଷ୍ଟରକ୍ୟାଣ୍ଟିନ୍ ସିଟି ବସଷ୍ଟାଣ୍ଡ ପାଖ, ବରମୁଣ୍ଡା ବସଷ୍ଟାଣ୍ଡ ପରିସର ଓ ୟୁନିଟ-୨ ମାର୍କେଟ ବିଲ୍ଡିଂ ପାଖ ଆହାର କେନ୍ଦ୍ରରେ ପ୍ଲାଷ୍ଟିକ୍‌ ବଦଳରେ ଆହାର ଯୋଜନା ଲାଗୁ ହୋଇଛି। 

 

ସୂଚନା ଅନୁସାରେ, ଟଚଷ୍ଟୋନ୍ ଫାଉଣ୍ଡେସନରେ ସଦସ୍ୟମାନେ ସମସ୍ତ ଆହାର କେନ୍ଦ୍ରରେ ରହି ଲୋକଙ୍କଠାରୁ ପ୍ଲାଷ୍ଟିକ୍ ବର୍ଜ୍ୟ ରଖିବେ । ଏକ ରେଜିଷ୍ଟ୍ରାରରେ ପ୍ଲାଷ୍ଟିକ୍ ସାମଗ୍ରୀ ଦେଉଥିବା ଲୋକଙ୍କ ନାମ , ମୋବାଇଲ ନମ୍ବର , ପ୍ଲାଷ୍ଟିକକୁ ଓଜନ କରି ଏହାର ପରିମାଣ ଓ ଦସ୍ତଖତ ରଖିବେ । ଆହାର କେନ୍ଦ୍ରରେ ଜମା ହେଉଥିବା ପ୍ଲାଷ୍ଟିକକୁ ବର୍ଜ୍ୟକୁ ୟୁଏନଡିପି ସଂଗ୍ରହ କରିବ । ତେବେ ୟୁଏନଡିପି ଏହାକୁ କୌଣସି ସଂସ୍ଥାକୁ ବିକ୍ରି କରିବନି । ଏହାକୁ ବୈଜ୍ଞାନିକ ପଦ୍ଧତିରେ ପ୍ରକ୍ରିୟାରଣ କରି ପୁନଃ ବ୍ୟବହାରକ୍ଷମ କରାଯିବ ।

Leave a Reply

Your email address will not be published. Required fields are marked *