ଶ୍ରୀମନ୍ଦିରରେ ପହିଲାରୁ ପ୍ଲାଷ୍ଟିକ୍ ବ୍ୟାନ

ପୁରୀ (ଓଟି): ଶ୍ରୀକ୍ଷେତ୍ର ଧାମରେ ଏଣିକି ଆଉ ହେବନି ପ୍ଲାଷ୍ଟିକ୍ ବ୍ୟବହାର । ଆସନ୍ତା ଏପ୍ରିଲ୍ ପହିଲାରୁ ଏହାକୁ କଡ଼ାକଡ଼ି ଭାବେ ଲାଗୁ କରାଯିବାକୁ ନିଷ୍ପତ୍ତି ହୋଇଛି । ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ସମ୍ପୂର୍ଣ୍ଣ ଭାବେ ପ୍ଲାଷ୍ଟିକ ସାମଗ୍ରୀ ବ୍ୟାନ ହେବା ନେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଛତିଶା ନିଯୋଗର ଅନୁଷ୍ଠିତ ବୈଠକରେ ଯୋଗଦେବା ପରେ ମନ୍ଦିରର ମୁଖ୍ୟ ପ୍ରଶାସକ କ୍ରୀଷନ୍ କୁମାର କହିଛନ୍ତି ଯେ ଜିଲ୍ଲାପାଳଙ୍କ ସହିତ ଏସମ୍ପର୍କରେ ବିଶଦ ଆଲୋଚନା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ବୈଠକର ନିଷ୍ପତ୍ତି କ୍ରମେ ମନ୍ଦିର ପରିସର ମଧ୍ୟରେ କୌଣସି ସେବାୟତ କିମ୍ବା କେହି ଭକ୍ତ ଯଦି ପାନ ଛେପ ପକାନ୍ତି ତେବେ ଏଥିଲାଗି ସମ୍ପୃକ୍ତ ବ୍ୟକ୍ତିଙ୍କୁ ୫୦୦ ଟଙ୍କା ଜୋରିମାନା ଦେବାକୁ ପଡ଼ିବ । ଏନେଇ ନୋଟିସ ମଧ୍ୟ ଜାରି ହୋଇଥିବାବେଳେ ଶ୍ରୀମନ୍ଦିର ପରିସର ସୁସ୍ଥ ଓ ସ୍ୱଚ୍ଛ ପରିବେଶ ସୃଷ୍ଟି ହୋଇପାରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *