#IndiaFightsWithCorona: ସଫଳ ହେଲା ପ୍ଲାଜମା ଥେରାପି

ନୂଆଦିଲ୍ଲୀ(ଓଟି): ମହାମାରୀ କରୋନା ପାଇଁ ବିଶ୍ଵ ଲଢ଼େଇ କରୁଛି। ପ୍ରାୟ ଦେଶର ବୈଜ୍ଞାନିକ ଓ ଗବେଷକ ଏହି ମହାମାରୀ ନାଶ ପାଇଁ ଔଷଧ ବାହାର କରିବା ପାଇଁ  ଉଦ୍ୟମ ଚଳାଇଛନ୍ତି। ଏଭଳି ସ୍ଥିତିରେ ଭାରତ ମଧ୍ୟ ନିରବଚ୍ଛିନ୍ନ ଉଦ୍ୟମ ଚଳାଇଛି ଏବଂ ଭାରତୀୟ ବିଶେଷଜ୍ଞ ଆଶାର ଆଲୋକ ସୃଷ୍ଟି କରିଛନ୍ତି। ପ୍ଲାଜ୍‌ମା ଥେରାପି ସଫଳ ହୋଇଥିବା କୁହାଯାଉଛି। ଜଣେ କରୋନା ସଂକ୍ରମିତ ସୁସ୍ଥ ହେବା ପରେ ସମ୍ପୃକ୍ତ ଡାକ୍ତରମାନେ ଏନେଇ ଅଧିକ ଦୃଢ଼ ବିଶ୍ଵାସ ପ୍ରକଟ କରିଛନ୍ତି।

ସୂଚନା ଅନୁସାରେ ଭାରତରେ କରୋନାକୁ ହରାଇବାରେ ପ୍ଲାଜମା ଥେରାପି ସଫଳ ହୋଇଛି। ଦିଲ୍ଲୀର ଏକ ପ୍ରାଇଭେଟ ମେଡିକାଲରେ ଗୁରୁତର ଅବସ୍ଥାରେ ସଂକ୍ରମିତ ହୋଇଥିବା ୪୬ ବର୍ଷର ବ୍ୟକ୍ତିଙ୍କ ସଫଳ ଚିକିତ୍ସା କରାଯାଇଛି। ଏହି ଥେରାପି ପରେ ରୋଗୀଙ୍କ ଅବସ୍ଥାରେ ସୁଧାର ଆସିଛି। ମାତ୍ର ୪ ଦିନରେ ରୋଗୀକୁ ଭଲ କରିଥିବାରୁ ଡାକ୍ତରମାନେ ବେଶ ଉତ୍ସାହିତ ଅଛନ୍ତି। ରିପୋର୍ଟ ଅନୁସାରେ, ମାକ୍ସ ମେଡିକାଲରେ ଗୋଟିଏ ପରିବାରର କରୋନା ଆକ୍ରାନ୍ତ ହୋଇଥିବା ବହୁ ଲୋକଙ୍କୁ ଭର୍ତ୍ତି କରାଯାଇଥିଲା। ସେମାନଙ୍କୁ ମଧ୍ୟରୁ ୨ ଜଣଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିବାବେଳେ ଜଣଙ୍କର ମୃତ୍ୟୁ ହେବାରୁ ଅନ୍ୟଜଣଙ୍କୁ ଭେଣ୍ଟିଲେଟର ହଟାଇ ଦିଆଯାଇଥିଲା। କେବଳ ପ୍ଲାଜମା ଥେରାପି ଦ୍ୱାରା ରୋଗୀଜଣଙ୍କ ଚିକିତ୍ସା କରାଯାଇଥିଲା। ଯାହା ସଫଳ ହୋଇଛି।

Leave a Reply

Your email address will not be published. Required fields are marked *