ଜଳିଗଲେ ୧୭୦ ବିମାନ ଯାତ୍ରୀ: ଇରାନ ପାଇଁ ଘନେଇଛି ଦୁର୍ଦ୍ଦଶା

ତେହେରାନ: ଇରାନକୁ ଗୋଟିଏ ପରେ ଗୋଟିଏ ବଡ ଦୁର୍ଘଟଣାର ସମ୍ମୁଖୀନ ହେବାକୁ ପଡୁଛି। ସୁଲେମନୀଙ୍କ ମୃତଦେହକୁ କବର ଦେବାବେଳେ ଦଳାଚକଟା ଯୋଗୁଁ ୫୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୟୁକ୍ରେନର ଏକ ବିମାନ ଇରାନ ରାଜଧାନୀ ତେହେରାନ ନିକଟରେ ବୁଧବାର ଖସିପଡ଼ିଛି । ଫଳରେ ସେଥିରେ ଥିବା ୧୭୦ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ବିମାନଟି ଇମାମ ଖୋମେନି ଇଣ୍ଟରନ୍ୟାସନାଲ ଏୟାରପୋର୍ଟରୁ ୟୁକ୍ରେନ ରାଜଧାନୀ କିଭ୍ ଅଭିମୁଖେ ଯାତ୍ରା କରୁଥିଲା ।

ୟୁକ୍ରେନ ଏୟାରଲାଇନ୍ସର ବୋଇଙ୍ଗ ୭୩୭-୮୦୦ ଉଡ଼ାଣ କରିବାର କିଛି ସମୟ ପରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଇରାନର ସରକାରୀ ସମାଚାର ଏଜେନ୍ସି ଆଇଏସଏନଏ ପକ୍ଷରୁ କୁହାଯାଇଛି । ଦୁର୍ଘଟଣା ପରେ ବିମାନରେ ନିଆଁ ଲାଗିଯିବାରୁ ସମସ୍ତ ୧୮୦ ଯାତ୍ରୀ ଜଳିଯାଇଥିବା ସୂଚନା ମିଳିଛି। କେହି ଜଣେ ହେଲେ ଜୀବିତ ଥିବା ଆଶା କରାଯାଉନି ବୋଲି ଇରାନର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଉଦ୍ଧାରକାରୀ ଦଳ ଦୁର୍ଘଟଣାସ୍ଥଳରେ ପହଞ୍ଚି ସାରିଛନ୍ତି।

ଆମେରିକାର ରକେଟ ମାଡ଼ରେ ଇରାନ ଜେନେରାଲ କାସିମ ସୁଲେମାନୀ ନିହତ ହେବାର ସପ୍ତାହେ ନ ପୂରୁଣୁ ଏହି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୁଲେମାନୀଙ୍କ ହତ୍ୟା ପରେ ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ଥିବାବେଳେ ଉପସାଗରୀୟ କ୍ଷେତ୍ରରେ ଯୁଦ୍ଧର ଆଶଙ୍କା ଘନେଇବାରେ ଲାଗିଛି। ଏଭଳି ସନ୍ଧିକ୍ଷଣରେ ବୁଧବାର ସକାଳେ ଇରାକସ୍ଥିତ ଆମେରିକାର ଦୁଇଟି ସେନା ଶିବିରକୁ ଇରାନ ଟାର୍ଗେଟ କରିଛି।

[] ରିପୋର୍ଟ: ଏସପି

Leave a Reply

Your email address will not be published. Required fields are marked *