ପିୟୁଷ ଗୋୟଲ ଆଗତ କରିବେ ବଜେଟ୍
ଆଗାମୀ ପହିଲାରେ ଅର୍ଥାତ୍ ଫେବ୍ରୁଆରି ୧ତାରିଖରେ କାମଚଳା ଅର୍ଥମନ୍ତ୍ରୀ ପିୟୁଷ ଗୋୟଲ ସଂସଦରେ ୨୦୧୯-୨୦ ପାଇଁ ବଜେଟ୍ ଆଗତ କରିବେ। କାରଣ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଅସୁସ୍ଥତା କାରଣରୁ ବର୍ତ୍ତମାନ ଆମେରିକାରେ ଚିକିତ୍ସାଧିନ ଅଛନ୍ତି। ତେଣୁ ସେ ଆଗାମୀ ବଜେଟ ଆଗତ କରିପାରିବେ ନାହିଁ। ତାଙ୍କ ସ୍ତାନରେ କାମଚଳା ଅର୍ଥମନ୍ତ୍ରୀ ପିୟୁଷ ଗୋୟଲ ବଜେଟ୍ ଆଗତ କରିବେ।
ସର୍ବଦଳୀୟ ବୈଠକ ଡ଼ାକିଲେ ରାଜ୍ୟସଭା ଅଧ୍ୟକ୍ଷ ଓ ଲୋକସଭା ବାଚସ୍ପତି
ରାଜ୍ୟସଭା ସଭାପତି ତଥା ଉପ ରାଷ୍ଟ୍ରପତି ଏମ. ଭେଗ୍ଧେୟା ନାୟଡ଼ୁ ଓ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ବଜେଟ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଡାକିସାରଲେଣି। ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ୩୦ତାରିଖକୁ ଲୋକସଭାର ସର୍ବଦଳୀୟ ବୈଠକ ଡାକିଥିବାବେଳେ ରାଜ୍ୟସଭା ସଭାପତି ତଥା ଉପ ରାଷ୍ଟ୍ରପତି ଏମ. ଭେଗ୍ଧେୟା ନାୟଡ଼ୁ ୩୧ ଜାନୁଆରୀରେ ରାଜ୍ୟସଭାର ସର୍ବଦଳୀୟ ବୈଠକ ଡାକିଛନ୍ତି।
ମୋଦି ସରକାରଙ୍କ ଶେଷ ବଜେଟ୍
ଆଗାମୀ ଏକ ତାରିଖରୁ ଆରମ୍ଭ ହେଉଥିବା ସଂସଦର ବଜେଟ୍ ଅଧିବେଶନ ଚଳିତ ଲୋକସଭା ପାଇଁ ମୋଦି ସରକାରର ଶେଷ ବଜେଟ ହେବ। ଏହି ବଜେଟ୍ ଅଧିବେଶନ ଫେବ୍ରୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡ଼ିଛି।