ହିଞ୍ଜିଳି: ନବୀନଙ୍କ ବିରୋଧରେ ପୀତାମ୍ବର ହେବେ ବିଜେପି ପ୍ରାର୍ଥୀ
ଭୁବନେଶ୍ଵର, (ଓଟି): ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ବିଜେପିର ପ୍ରାର୍ଥୀ ଭାବେ ପୀତାମ୍ବର ଆଚାର୍ଯ୍ୟଙ୍କୁ ଚୟନ କରିଛି ବିଜେପି। ସୋମବାର ପ୍ରକାଶିତ ବିଜ୍ଞପ୍ତିରେ ଦଳ ପକ୍ଷରୁ କୁହାଯାଇଛି ଯେ, ପୀତାମ୍ବର ହିଞ୍ଜିଳିରୁ ପ୍ରାର୍ଥୀ ହେବେ। ଖୁବ୍ଶୀଘ୍ର ସେ ଏଥିଲାଗି ମନୋନୟନପତ୍ର ଦାଖଲ କରିବେ।
ଆଇନଜୀବୀ ଶ୍ରୀ ଆଚାର୍ଯ୍ୟ ବିଜେପିର ମୁଖପାତ୍ର ଭାବେ କାର୍ଯ୍ୟ କରୁଛନ୍ତି। ନିକଟରେ ତାଙ୍କୁ ଉପସଭାପତି ପଦକୁ ପଦୋନ୍ନତି କରାଯାଇଛି। କଟକରୁ ସାଂସଦ ଭାବେ ଲଢ଼ିବେ ବୋଲି ତାଙ୍କୁ ନେଇ ହେଉଥିବା ଚର୍ଚା ଏଥିରେ ଅନ୍ତ ହୋଇଛି। ଏହାବାଦ୍ କଟକରୁ ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ରଙ୍କୁ ଦଳ ପ୍ରାର୍ଥୀ କରିଛି।

ସେପଟେ ରାଜ୍ୟର ପଶ୍ଚିମାଞ୍ଚଳରେ ଭଲ ଫଳ ପାଇବ ବୋଲି ଆଶା ରଖିଥିବା ବିଜେପିକୁ କଡ଼ା ଟକ୍କର ଦେବା ଲାଗି ନବୀନ ନିଜେ ବିଜେପୁର ବିଧାନସଭା ମଣ୍ଡଳୀରୁ ପ୍ରାର୍ଥୀ ହୋଇଛନ୍ତି। ଏଥିଲା ଆଜି ମନୋନୟନପତ୍ର ଦାଖଲ କରିଛନ୍ତି। ଏହାଙ୍କ ବିପକ୍ଷରେ ଦଳ ସୁବାସ ଚୌହାନଙ୍କୁ ପ୍ରାର୍ଥୀ କରିବ ବୋଲି ଚିନ୍ତା କରିଥିଲେ ମଧ୍ୟ ସୁବାସ ଏହାକୁ ଖୋଲା ପ୍ରତ୍ୟାଖ୍ୟାନ କରିଛନ୍ତି। ଏବେ ବିଜେପୁରରୁ ଦଳ କାହାକୁ ପ୍ରାର୍ଥୀ କରିବ ତାହାକୁ ଅପେକ୍ଷା।