ଭାରତ ବର୍ଷରେ ପିନାକୀ ଏବେ ସବୁଠୁ ଅଧିକ ରୋଜଗାରୀ ପ୍ରାର୍ଥୀ

ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଆଉ ମାତ୍ର ଅଳ୍ପ କେଇଦିନ ବାକି। ଆସନ୍ତା ୨୩ ତାରିଖରେ ଏଥିଲାଗି ମତଦାନ ହେବ। ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରସ୍ଥୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏ ଭିତରେ ଇଲେକ୍ସନ୍‌ ୱାଚ ପକ୍ଷରୁ ପ୍ରାର୍ଥୀ ସତ୍ୟପାଠ ଯାଞ୍ଚ କରାଯାଇଛି। ଏହି ସତ୍ୟପାଠ ଯାଞ୍ଚରୁ ସ୍ପଷ୍ଟ ହୋଇଛି ଯେ, ପୁରୀର ଲୋକସଭା ପ୍ରାର୍ଥୀ ପିନାକୀ ମିଶ୍ର ହେଉଛନ୍ତି ଭାରତବର୍ଷର ସବୁଠାରୁ ଅଧିକ ରୋଗଜାରୀ ପ୍ରାର୍ଥୀ। ଆଉ ତାଙ୍କ ବାର୍ଷିକ ରୋଜଗାର ହେଉଛି ୨୪ କୋଟି ୧୮ଲକ୍ଷ ୨୬ ହଜାର ୬୩୦ ଟଙ୍କା। ସେ ଦାଖଲ କରିଥିବା ଆୟକର ରିଟର୍ନରେ ଏ ବିଷୟ ଉଲ୍ଲେଖ କରିଛନ୍ତି।

ଏହା ସହ ତାଙ୍କ ପତ୍ନୀଙ୍କ ବାର୍ଷିକ ରୋଜଗାର ହେଉଛି ୨୧ ଲକ୍ଷ ୪୮ ହଜାର ଟଙ୍କା। ପୁଣି ଏ ରୋଜଗାର ତାଙ୍କ ଓକିଲାତି ପେସାରୁ ହୋଇଥିବା ପୀନାକୀ ସତ୍ୟପାଠ କରିଛନ୍ତି। ୧୯୯୬, ୨୦୦୯, ୨୦୧୪ ମସିହାରେ ପିନାକୀ ସାଂସଦ ଥିଲେ। କଂଗ୍ରେସ ସମୟରେ ସେ ମନ୍ତ୍ରୀ ବି ଥିଲେ। ହେଲେ ଅନ୍ୟ ସାଂସଦ ପ୍ରାର୍ଥୀମାନେ କେନ୍ଦ୍ର ସରକାରଙ୍କଠାରୁ ମିଳୁଥିବା ଦରମା, ଭତ୍ତା ପ୍ରଭୃତିକୁ ନିଜର ଏକ ଆୟର ଗୁରୁତ୍ଵପୂଣ୍ର୍ଣ ଉତ୍ସଭାବେ ଗ୍ରହଣ କରୁଥିବାବେଳେ ପିନକୀ କିନ୍ତୁ ଏହାକୁ ଗୁରୁତ୍ଵ ଦେଇ ନାହାନ୍ତି।

ଏହି ରିପୋର୍ଟରୁ ସ୍ପଷ୍ଟ ଯେ, ପିନାକୀ ଦୈନିକ ୬ଲକ୍ଷ ୬୬ ହଜାର ଟଙ୍‌କାରୁ ଅଧିକ ଆୟକ କରୁଛନ୍ତି। କିନ୍ତୁ ଏହା ରାଜନୀତିରୁ ନୁହେଁ, ବରଂ ଓକିଲାତିରୁ।

ସାଂସଦଥିବା ବେଳେ ଓକିଲାତି କରି ବର୍ଷକୁ ୨୪ କୋଟିରୁ ଅଧିକ ଆୟ କରୁଥିବା ଏହି ନେତାଙ୍କୁ ଜନସେବା କରିବାକୁ ସମୟ କେତେବେଳେ ହେଉଛି ତାହା ଏକ ପ୍ରଶ୍ନବାଚୀ ନିଶ୍ଚୟ। କେତେବେଳେ ସେ ସମୟ ବାହାର କରୁଛନ୍ତି କଠୋର ମାମଲଶ ସବୁ ଲଢ଼ିବାକୁ ଆଉ କେତେବେଳେ ସେ ପୁରୀବାସୀଙ୍କ ସେବା କରୁଛନ୍ତି ତାହା ଲୋକଙ୍କୁ ଆଲୋଡ଼ିତ କରିବା ସ୍ଵଭାବିକ।

ଏଡିଆର୍‌ ପକ୍ଷରୁ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଭାଗନେଇଥିବା ୧୬୧୨ଜଣ ପ୍ରାର୍ଥୀଙ୍କ ଭିତରୁ ୧୫୯୪ ଜଣ ପ୍ରାର୍ଥୀ ସତ୍ୟପାଠ ଯାଞ୍ଚ କରାଯାଇଥିଲା। ଏହି ସମୀକ୍ଷର ବେଳେ ଜଣାପଡ଼ିଛି ଯେ, ପିନାକୀ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଝିଅ ସୁପ୍ରିୟା ସୁଲେଙ୍କୁ ବି ଆୟ ତଥା ସମ୍ପତ୍ତି ତାଲିକାରେ ପଛରେ ପକାଇ ଦେଇଛନ୍ତି।

ପିନାକୀଙ୍କ ସମୁଦାୟ ସମ୍ପତ୍ତି ମୂଲ୍ୟ ରହିଛି ୧୧୭ କୋଟିରୁ ଅଧିକ। ଅନ୍ୟପକ୍ଷରେ ସୁପ୍ରିୟାଙ୍କ ସମସ୍ତ ସମ୍ପତ୍ତି ମୂଲ୍ୟ ହେଉଛି ୧୪୦ କୋଟି, ହେଲେ ସୁପ୍ରିୟାଙ୍କ ବାର୍ଷକ ରୋଜଗାର ହେଉଚଇ ୧ କୋଟିରୁ କମ୍‌। ଅର୍ଥାତ୍‌ ସୁପ୍ରିୟାଙ୍କ ବ୍ୟବସାୟଠୁ ପିନାକୀଙ୍କ ଓକିଲାତି ୨୪ ଗୁଣା ଅଧିକ ଆୟ କରିବାରେ ସକ୍ଷମ ହେଉଛି।

ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀଙ୍କ ଭିତରୁ ୧୧ଜଣଙ୍କ କୌଣସି ସମ୍ପତ୍ତି ନଥିବା ଦର୍ଶାଇଛନ୍ତି।

http://odishatime.com/%E0%AC%A0%E0%AC%BF%E0%AC%95%E0%AC%A3%E0%AC%BE-%E0%AC%B2%E0%AC%95%E0%AD%8D%E0%AC%B7%E0%AD%8D%E0%AD%9F%E0%AC%B0%E0%AD%87-%E0%AC%AC%E0%AC%BE%E0%AC%9C%E0%AC%BF%E0%AC%9B%E0%AC%BF-%E0%AC%AA%E0%AC%BF/

Leave a Reply

Your email address will not be published. Required fields are marked *