ଏମସ୍ ବିରୋଧରେ ଜାତୀୟ ମାନବିକ ଅଧିକାର କମିଶନରେ ମାମଲା

ଭୁବନେଶ୍ଵର, (ଓଟି): ରାଜ୍ୟ ସରକାରଙ୍କ ସବୁ ନିର୍ଦ୍ଦେଶାବଳୀକୁ ଉଲଂଘନ କରି ଭୁବନେଶ୍ୱର ଏମ୍ସର ସୁପରିନଟେଣ୍ଡେଣ୍ଟ୍‌ କୌଣସି ସୂଚନା ନ ଦେଇ ନିଜ ପୁଅକୁ ସେଠାରେ ଲୁଚାଇ ଚିକିତ୍ସା କରାଇବା ଘଟଣା ଏବେ ଜାତୀୟ ମାନବିକ ଅଧିକାର କମିଶନଙ୍କ ନିକଟରେ ପହଞ୍ଚିଛି ।

ଏହି ଘଟଣାରେ ଏମ୍ସ କର୍ତୁପକ୍ଷ ଓ ଘଟଣାରେ ସଂପୃକ୍ତ ଦୋଷୀ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ମାନବିକ ଅଧିକାର କର୍ମୀ ଶ୍ରୀ ଅଖଣ୍ଡ କମିଶନଙ୍କ ନିକଟରେ ଏକ ପିଟିସନ ଦାୟର କରିଛନ୍ତି । ସେ ଦର୍ଶାଇଛନ୍ତି, କୌଣସି ସୂଚନା ନ ଦେଇ ସଂପୃକ୍ତ ଡାକ୍ତର ତାଙ୍କ ବିଦେଶୀ ଫେରନ୍ତା ପୁଅକୁ ତାଙ୍କ ପାଇଁ ଉଦ୍ଦିଷ୍ଟ ରୁମ୍ ରେ ରଖି ଚିକିତ୍ସା କରାଇଥିଲେ । ସେ ଅଧିକ ଅସୁସ୍ଥ ହେବା ପରେ ପରୀକ୍ଷା ହେବାରୁ ଜଣାପଡିଲା ଯେ ସେ କରୋନା ପଜିଟିଭ୍ ଅଛନ୍ତି । ଏହା ଦ୍ୱାରା ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ ଓ ଅନ୍ୟମାନେ ମଧ୍ୟ ଏହି ରୋଗର ଶିକାର ହେବାର ଆଶଙ୍କା ଦେଖାଦେଇଛି । ଏମସ୍ ର ଏଭଳି ଅବହେଳା ପାଇଁ ଏବେ ଅନେକଙ୍କ ଅବସ୍ଥା ସଂକଟାପନ୍ନ ବୋଲି ସେ ଅଭିଯୋଗ କରିଛନ୍ତି । ସେ ଏହି ମାମାଲାରେ ରାଜ୍ୟ ମୁଖ୍ୟଶାସନ ସଚିବ, ପୋଲିସ୍ ଡିଜି ଏମସ୍ ନିର୍ଦ୍ଦେଶକଙ୍କୁ ପକ୍ଷଭୁକ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *