ପିପୁଲସ ଚଏସ୍ ଆୱାର୍ଡ଼ ୨୦୧୯

ମନୋରଞ୍ଜନ ଦୁନିଆରେ ଦର୍ଶକ ହେଉଛନ୍ତି ମାପକାଠି । ଦର୍ଶକଙ୍କ ପସନ୍ଦ ନାପସନ୍ଦ ଉପରେ ବକ୍ସଅଫିସ୍ ବ୍ୟବସାୟ ନିର୍ଭର । ତେବେ ଦର୍ଶକଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ‘ପିପୁଲ୍ ଚଏଓ୍ ଆୱାର୍ଡ଼’ ଆୟୋଜନ କରାଯାଉଛି । ଏଥିରେ ଦର୍ଶକଙ୍କ ଭୋଟ୍ ଅନୁଯାୟୀ ଫିଲ୍ମର ଶ୍ରେଷ୍ଠତା ପ୍ରମାଣିତ ହେଉଛି । ତେବେ ଚଳିତବର୍ଷ ଏହି ତାଲିକାରେ ‘ଏଭେଞ୍ଜରର୍ସ ଏଣ୍ଡଗେମ୍’କୁ ବେଷ୍ଟ୍ ମୁଭି ଅଫ୍ ଦି ଇୟର୍ ଭାବେ ଘୋଷଣା କରାଯାଇଛି । ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ଏହି ଫିଲ୍ମକୁ ସମ୍ମାନିତ କରାଯାଇଥିଲା ।

ଏହି ଫିଲ୍ମରେ ଆଇରନ୍ ମ୍ୟାନର ଭୂମିକାରେ ଥିବା ରବର୍ଟ ଡାଉନି ଜୁନିୟରଙ୍କୁ ମେଲ୍ ମୁଭି ଷ୍ଟାର୍ ଆୱାର୍ଡ଼ ମିଳିଥିବାବେଳେ ବେଷ୍ଟ୍ ଆକ୍ସନ୍ ମୁଭି ଆୱାର୍ଡ଼ ମଧ୍ୟ ‘ଏଭେଞ୍ଜରର୍ସ ଏଣ୍ଡଗେମ୍’କୁ ମିଳିଛି । ଜୋ ରୁସୋଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଭାରତରେ ୩୫୨ କୋଟି ଟଙ୍କାର ବକ୍ସ ଅଫିସ୍ ବ୍ୟବସାୟ କରିଥିଲା । ଆସନ୍ତା ୧୩ ନଭେମ୍ବର ତାରିଖରେ ଓଟିଟି ପ୍ଲାଟଫର୍ମ ହଟଷ୍ଟାରରେ ଏହାକୁ ରିଲିଜ୍ କରାଯିବ । ହଟଷ୍ଟାରର ପ୍ରିମିୟମ୍ ୟୁଜର୍ସ ଏହି ମୁଭିକୁ ଅନଲାଇନ୍ ଷ୍ଟ୍ରିମ୍ କରିପାରିବେ । ୱାଲର୍ଡ଼ୱାଇଡ୍ ୧୯ ହଜାର କୋଟି ଟଙ୍କାର କଲେକସନ୍ କରିଥିବା ଏହି ଫିଲ୍ମ ବହୁ ପୂର୍ବରୁ ହାଇଏଷ୍ଟ୍ ଗ୍ରସିଙ୍ଗ୍ ଫିଲ୍ମର ରେକର୍ଡ଼ କରିସାରିଛି ।

Leave a Reply

Your email address will not be published. Required fields are marked *