ବେଷ୍ଟ୍ ଲାଇଫ୍ ପାର୍ଟନର୍ ପାଇବା ପାଇଁ ପେଙ୍ଗସୁଇ ଉପାୟ

ପୁଅ ହେଉ ବା ଝିଅ ସମସ୍ତେ ବେଷ୍ଟ୍ ଲାଇଫ୍ ପାର୍ଟନର୍ ପାଇବା ପାଇଁ ଆଶା କରିଥାନ୍ତି । କିନ୍ତୁ କିଛି ଗ୍ରହଦୋଷ କାରଣରୁ ସେମାନେ ତାଙ୍କ ଜୀବନସାଥିଙ୍କ ସହିତ ବିଭିନ୍ନ ସମସ୍ୟା ଭୋଗ କରିଥାନ୍ତି । ତେବେ ଏଭଳି କିଛି ପେଙ୍ଗସୁଇ ଉପାୟ ରହିଛି ଯାହାକୁ ଆପଣାଇବା ଦ୍ୱାରା ଆପଣ ଭଲ ଜୀବନସାଥିଟିଏ ପାଇପାରିବେ । ଆସନ୍ତୁ ଜାଣିବା –
୧- ସବୁବେଳେ ନିଜ ବେଡରୁମକୁ ପରିଷ୍କାର ରଖନ୍ତୁ ।
୨- ନିଜ କକ୍ଷର ଦକ୍ଷିଣ-ପଶ୍ଚିମ କାନ୍ଥ ନାଲି ରଙ୍ଗରେ ପେଣ୍ଟ୍ କରାନ୍ତୁ ।
୩- ନିଜ କକ୍ଷରେ ସିଙ୍ଗଲ୍ ଚେୟାର୍ କିମ୍ବା ସିଙ୍ଗଲ୍ ସୋଫା ରଖନ୍ତୁ ନାହିଁ । ଏହାର ଯୋଡ଼ି ରଖନ୍ତୁ ।
୪- ବେଡରୁମରେ ପକ୍ଷୀଯୋଡ଼ା ଥିବା ପୋଷ୍ଟର୍ ଲଗାନ୍ତୁ । ଯଦି ଫୁଲ ପୋଷ୍ଟର୍ ଲଗାଉଛନ୍ତି, ତେବେ ଗୋଟିଏ ଫୁଲ ଥିବା ପେଣ୍ଟିଙ୍ଗ୍ ଲଗାନ୍ତୁ ନାହିଁ ।
୫- ଶୋଇବା ସମୟରେ ଆପଣଙ୍କ ଗୋଡ଼ କକ୍ଷର କବାଟ ଆଡ଼କୁ ନ ରହିବା ଭଲ ।
୬- ନିଜ କକ୍ଷରେ କିଛି ଭାଙ୍ଗିଯାଇଥିବା ଓ ଖୁବ୍ ପୁରୁଣା ଜିନିଷ ରଖନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *