ଧନବର୍ଷା ପାଇଁ କ୍ରାସୁଲା ପ୍ଲାଣ୍ଟ୍
ଚୀନ୍ ପରମ୍ପରାରେ ପେଙ୍ଗସୁଇର ଅନେକ ମହତ୍ୱ ରହିଛି । ଏବେ ଭାରତରେ ମଧ୍ୟ ପେଙ୍ଗସୁଇକୁ ଅଧିକରୁ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଉଛି । ଆଜିକାଲି ବାସ୍ତୁଶାସ୍ତ୍ରକାରମାନେ ମଧ୍ୟ ବାସ୍ତୁଦୋଷ ଓ ବିଭିନ୍ନ ପ୍ରକାର ସମସ୍ୟାର ସମାଧାନ ପାଇଁ ପେଙ୍ଗସୁଇ ଉପାୟ ଆପଣାଇବା ପାଇଁ ପରାମର୍ଶ ହେଉଛନ୍ତି । ଏହି ଧାରାରେ ଆସନ୍ତୁ ଜାଣିବା ଘରେ ଐଶ୍ଚର୍ଯ୍ୟ ଓ ଧନଧାନ୍ୟ ବୃଦ୍ଧି କରିବା ପାଇଁ ପେଙ୍ଗସୁଇରେ କ’ଣ ନିୟମ ରହିଛି ।
ଧନ ବୃଦ୍ଧି କରିବା ପାଇଁ ମନି ପ୍ଲାଣ୍ଟ୍ ଘରେ ଲଗାଇବା ଭଲ ବୋଲି ବାସ୍ତୁଶାସ୍ତ୍ରକାରମାନେ ମତ ଦେଇଥାନ୍ତି । କିନ୍ତୁ ପେଙ୍ଗସୁଇ ଅନୁଯାୟୀ ‘କ୍ରାସୁଲା’ ନାମକ ଏକ ପ୍ଲାଣ୍ଟ୍ ରହିଛି, ଯାହାକୁ ଚିନ୍ରେ ଧନର ଗଛ କୁହାଯାଏ । ଏହି ଗଛ ଚୁମ୍ବକ ଭଳି ଟଙ୍କାକୁ ଟାଣି ଆଣିଥାଏ ବୋଲି ଲୋକକଥା ରହିଛି । ଏହି ଗଛର ପତ୍ର ମୋଟା ଓ ଗୋଲ୍ ହୋଇଥାଏ । ଏହାକୁ ଆପଣ ମାଟିରେ କିମ୍ବା କୁଣ୍ଡରେ ଲଗାଇ ପାରିବେ । କିନ୍ତୁ ମନେ ରଖନ୍ତୁ ଏହା ଘରର ମୁଖ୍ୟ ଦ୍ୱାରର ଡାହାଣ ପଟରେ ରହିବା ଆବଶ୍ୟକ । ଏହା କମ୍ ପାଣି ଦରକାର କରିଥାଏ ଏବଂ ଖରା ଓ ଛାଇ ଉଭୟ ସ୍ଥାନରେ ଏହା ରହିପାରିବ । ତେଣୁ ନିଜ ଘରେ ଧନ ବର୍ଷା ହେବାକୁ ଚାହୁଁଥିଲେ ଏହି ଉପାୟ ନିଶ୍ଚିତ ଭାବେ କରି ଦେଖନ୍ତୁ ।