ହାଇକୋର୍ଟରେ ବିଚାର ଅପେକ୍ଷାରେ ପଡ଼ିଛି ଦେଢ଼ଲକ୍ଷରୁ ଅଧିକ ମାମଲା

ଭୁବନେଶ୍ଵର, (ଓଟି): ଓଡ଼ିଶା ହାଇକୋର୍ଟରେ ଦେଢ଼ ଲକ୍ଷରୁ ଅଧିକ ମାମଲା ବିଚାର ଅପେକ୍ଷାରେ ପଡ଼ି ରହିଛି। ମୁଖ୍ୟତଃ ଠିକଣା ସମୟରେ ବିଚାରପତି ପଦବୀ ପୂରଣ ନହୋଇପାରିବା ତଥା ଦୀର୍ଘ ଦିନ ଧରି ବିଚାରପତି ପଦବୀ ଖାଲି ପଡ଼ିବା ହେତୁ ଏପରି ଅବସ୍ଥା ସୃଷ୍ଟି ହୋଇଛି। 

ରାଜ୍ୟ ଆଇନମନ୍ତ୍ରୀ ପ୍ରତାପ  ଜେନା ବିଧାନସଭାରେ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟ ଉଚ୍ଚ ନ୍ୟାୟାଳୟରେ ଏବେ ବିଚାରାଧୀନ ମାମଲା ସଂଖ୍ୟା ହେଉଛି ୧ଲକ୍ଷ ୫୦ ହଜାର ୯୩୮। ସେଥିରୁ ୨୧ ହଜାର ୬୫୯ ମାମଲା ୧୦ବର୍ଷରୁ ୨୦ବର୍ଷ ପୁରୁଣା। ଆଉ ୩୭୯୬ ମାମଲା ୨୦ ବର୍ଷରୁ ଅଧିକ ସମୟ ହେଲା ବିଚାର ନହୋଇ ଗଡ଼ି ଚାଲିଛି। 

ଏବେ ଓଡ଼ିଶା ହାଇକୋର୍ଟରେ ୧୪ ଜଣ ବିଚାରପତିଙ୍କ ପଦବୀ ଖାଲି ପଡ଼ିଥିବା ଦର୍ଶାଇ ଶ୍ରୀ ଜେନା କହିଛନ୍ତି, ରାଜ୍ୟରେ ୨୫ଟି ଜିଲ୍ଲା ଜଜ୍‌, ୩୪ଟି ସିଭିଲ୍‌ ଜଜ୍‌, ୮୯ଟି ସିଭିଲ୍‌ ଜଜ୍‌ ପଦବୀ ଖାଲି ପଡ଼ିଛି।

ଏହିସବୁ ଅଧସ୍ତନ ନ୍ୟାୟାଳୟଗୁଡ଼ିକରେ ଖାଲି ପଦବୀ ପୂରଣ ପାଇଁ ସରକାର ତତ୍ପର ଥିବା ସେ ଗୃହକୁ ସୂଚନା ଦେଇଛନ୍ତି। 

 

Leave a Reply

Your email address will not be published. Required fields are marked *