ପବନ ଅଗ୍ରୱାଲ୍‌ ହେଲେ ଓୟୁଏଟି କୁଳପତି

ଭୁବନେଶ୍ଵର, (ଓଟି): ଆଇସିଏଆର୍‌ ପରିଚାଳିତ ଜାତୀୟ କୃଷି ବିଜ୍ଞାନ ପାଣ୍ଠିର ଅତିରିକ୍ତ ମହାନିର୍ଦେଶକ ପବନ ଅଗ୍ରୱାଲ୍‌ଙ୍କୁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ (ଓୟୁଏଟି)ର କୁଳପତି ଭାବେ ନିଯୁକ୍ତି ମିଳିଛି। କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ପ୍ରଫେସର ଅଗ୍ରୱାଲ୍‌ଙ୍କୁ ଏହି ଦାୟିତ୍ଵରେ ନିଯୁକ୍ତି ଦେଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଦାୟିତ୍ଵ ଗ୍ରହଣର ତିନିବର୍ଷ ଯାଏ ସେ ନିଜ କାର୍ଯ୍ୟ ତୁଲାଇବେ।

ବିଶ୍ଵବିଦ୍ୟାଳୟର କୁଳପତି ପଦବୀ ମାର୍ଚ ମାସରୁ ଖାଲି ପଡ଼ିଥିଲା। ବିବାଦୀୟ ପରିସ୍ଥିତି ସୃଷ୍ଟି ତଥା ଅର୍ଥିକ ହେରଫେର ଏବଂ ବ୍ୟକ୍ତିଗତ ଫାଇଦା ପାଇଁ ନିଜର ପଦବୀ ବ୍ୟବହାର କରିବା ଅଭିଯୋଗ ଆସିବା ହେତୁ ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ ଇସ୍ତଫା ଦେଇଥିଲେ। ଏହାପରେ ରାଜ୍ୟ ସରକାରଙ୍କ ପକ୍ଷରୁ କୁଳପତି ନିଯୂକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ବିଧି ଅନୁସାରେ ଇଚ୍ଉକ ତଥା ଯୋଗ୍ୟ ବ୍ୟକ୍ତିମାନଙ୍କଠାରୁ ଆବେଦନ ଆହ୍ବାନ କରାଯାଇ କୁଳପତି ନିଯୁକ୍ତ କରାଯାଇଛି।

Leave a Reply

Your email address will not be published.