#କୋଭିଡ୍-୧୯: କଟକର ପଟ୍ଟାପୋଲ ଅଞ୍ଚଳ ସିଲ୍
ଭୁବନେଶ୍ଵର(ଓଟି): ବିଏମ୍ସି ପରେ ସମୂର୍ଣ୍ଣ ସଜାଗ ହୋଇପଡ଼ିଛି ସିଏମ୍ସି। କଟକର କିଛି ଅଞ୍ଚଳକୁ ସିଲ୍ କରାଯାଇଛି। ତ୍ଵରିତ୍ କାର୍ଯ୍ୟାନୁଷ୍ଠାନ ସ୍ଵରୂପ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଜନହିତ ପାଇଁ ସୁରକ୍ଷା ଦୃଷ୍ଟିରୁ କଡ଼ା ପଦକ୍ଷେପ ନେବାକୁ ବାଧ୍ୟ ହୋଇଛି କଟକ ମହାନଗର ନିଗମ।
ସୂଚନା ଅନୁସାରେ କଟକର ପଟ୍ଟାପୋଲକୁ ସଂକ୍ରମିତ ଅଞ୍ଚଳ ଦର୍ଶାଇ ସିଲ୍ କରାଯାଇଛି। ସେହିପରି ବକ୍ସି ବଜାରରୁ ଷ୍ଟିୱାର୍ଟ ସାଇନ୍ସ କଲେଜ ଏବଂ ସୂତାହାଟ ମସଜିଦ୍ ଛକରୁ ତିନିକୋଣିଆ ବଗିଚା ଅଞ୍ଚଳ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସିଲ୍ କରିଦିଆଯାଇଛି। ସେଠାରୁ ବକ୍ସିବଜାର ଛକ ପର୍ଯ୍ୟନ୍ତ ମଧ୍ୟ ସିଲ୍ କରାଯାଇଛି। ଭୁବନେଶ୍ଵର ସୂର୍ଯ୍ୟନଗର ପରେ ପରେ ବମିଖାଳ ଅଞ୍ଚଳ ସିଲ୍ କରାଯିବା ଭଳି କଟକର ସମ୍ପୃକ୍ତ ଅଞ୍ଚଳ ସିଲ୍ ହୋଇଛି। ଫଳରେ ସେହି ସବୁ ଅଞ୍ଚଳର ଲୋକଙ୍କୁ ଡୋର୍ଷ୍ଟେପ୍ ଅତ୍ୟାବଶ୍ୟକ ସେବା ସାମଗ୍ରୀ ଯୋଗାଇ ଦିଆଯିବ ଏବଂ କେହି ଘରୁ ନବାହାରିବା ପାଇଁ ଅନୁରୋଧ କରାଯାଇଛି।