ମଇ ୧୯ରେ ପାଟକୁରା ବିଧାନସଭା ନିର୍ବାଚନ

ଆସନ୍ତା ମଇ ୧୯ ତାରିଖରେ ପାଟକୁରା ବିଧାନସଭା ଆସନରେ ହେବ ମତଦାନ। ଏନେଇ ନିର୍ବାଚନ କମିଶନଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ମଇ ୧ରେ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି। ମଇ ୨ରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ। ମଇ ୪ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରାଯାଇପାରିବ।

ଚତୁର୍ଥ ପର୍ଯ୍ୟାୟ ତଥା ଏପ୍ରିଲ ୨୯ରେ ପାଟକୁରାରେ ନିର୍ବାଚନ ହେବାର ଥିଲା। ଗତ ୨୦ରେ କେନ୍ଦ୍ରାପଡା ଜିଲ୍ଲାର ବରିଷ୍ଠ ବିଜେଡି ନେତା ବେଦ ପ୍ରକାଶ ଅଗ୍ରୱାଲଙ୍କ ପରଲୋକ ହୋଇଥିଲା । ସେ ଚଳିତ ନିର୍ବାଚନରେ ପାଟକୁରାରୁ ବିଜେଡି ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଥିଲେ । ବେଦ ପ୍ରକାଶ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ସେ ୮୨ ବର୍ଷ ବୟସରେ ପ୍ରାଣ ହରାଇଥିଲେ । ସେ ପାଟକୁରାରୁ ୨୦୦୯ ଏବଂ ୨୦୧୪ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏହାସହ ରାଜ୍ୟ ଅର୍ଥମନ୍ତ୍ରୀ ଭାବେ ମଧ୍ୟ ସେ ଦାୟିତ୍ୱ ତୁଲାଇଥିଲେ ।

Leave a Reply

Your email address will not be published. Required fields are marked *