ବନ୍ଦ ହେଲା ପଟିଆ ବିଗ୍ ବଜାର

ଭୁବନେଶ୍ୱର(ଓଟି): ଆଗରୁ ତାଗିଦ କରାଯାଇଥିଲା। ହେଲେ ଶୁଣିଲେନି ମଲ୍‌ କର୍ତ୍ତୃପକ୍ଷ। ବିଭିନ୍ନ ସମସ୍ୟା ଉପୁଜିବା ଓ ନିୟମ ନମାନିବା କାରଣରୁ ଶେଷରେ ବନ୍ଦ ହୋଇଗଲା ମଲ୍‌। ଏଭଳି ଅବସ୍ଥା ହୋଇଛି ପଟିଆସ୍ଥିତ ବିଗ୍‌ ବଜାରର। ଆଜି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ କମିଶନର ଓ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ବିଗ୍‌ ବଜାରକୁ ସିଲ୍ କରାଯାଇଛି। ପରିମଳ, ଅଗ୍ନି ନିର୍ବାପନ ବ୍ୟବସ୍ଥା ଓ ପାର୍କିଂ ଆଦି ଅନେକ ସମସ୍ୟା କାରଣରୁ ଏହି ମଲ୍‌ଟିକୁ ବନ୍ଦ କରାଯାଇଥିବା ବିଏମସି ପକ୍ଷରୁ କୁହାଯାଇଛି।

ସୂଚନା ଅନୁସାରେ ଭୁବନେଶ୍ଵର ମହାନଗରରେ ବିଶେଷକରି ପାର୍କିଂ ସମସ୍ୟା ସୁଧାରିବାକୁ ବିଏମ୍‌ସି ଉଦ୍ୟମ ଚଳାଇଛି। ପାର୍କିଂ ପାଇଁ ଜାଗା ନଥିବାରୁ ସହରରେ ଟ୍ରାଫିକ ସମସ୍ୟା ବଢ଼ିବାରେ ଲାଗିଛି। ଏହାର ନିୟନ୍ତ୍ରଣ ଲାଗି ସରକାର ପାର୍କିଂ ଜାଗା ନଥିବା ସଂସ୍ଥାକୁ  ଯାଞ୍ଚ କରିବାକୁ ସରକାରଙ୍କ ନିର୍ଦ୍ଦେଶ ରହିଥିଲା। ଏହି ପରିପ୍ରେକ୍ଷୀରେ ସ୍କ୍ଵାଡ୍‌ ଗଠନ ପାଇଁ ମଧ୍ୟ ବିଏମସିକୁ ନିର୍ଦ୍ଦେଶ ଦେଇଥିଲେ ସରକାର। ବିଭିନ୍ନ ମଣ୍ଡପ ଓ ମଲ୍‌ରେ ପାର୍କିଂ ବ୍ୟବସ୍ଥା ନଥିବାରୁ ରାସ୍ତା ଉପରେ ଗାଡ଼ି ରହିବା ଓ ଜାମ୍‌ ସମସ୍ୟା ଉପୁଜିବାରେ ଲାଗିଛି। ଫଳରେ ସାଧାରଣ ଯାତାୟାତରେ ନାହିଁନଥିବା ବାଧା ସୃଷ୍ଟି ହେଉଛି।

Leave a Reply

Your email address will not be published. Required fields are marked *